(ଶୁଭସ୍ମିତା ଦାଶ): ଆସନ୍ତା କାଲି ଅନୁଷ୍ଠିତ ହେବ ମା’ ମାଣିକେଶ୍ୱରୀଙ୍କ ପୀଠରେ ଛତର ଯାତ୍ରା । ମାନସିକ ଧାରୀମାନେ ମା’ ଉଦ୍ଦେଶ୍ୟରେ ପଶୁ ବଳି ଭୋଗ ଲାଗାଇଥାନ୍ତି । ବିଶ୍ୱାସ ଅଛିକି ମା’କୁ ପଶୁବଳି ଦେଲେ ମାନସିକ ପୂରଣ ହୋଇଥାଏ । ଯାହାକି ଛତର ଯାତ୍ରାର ମୁଖ୍ୟ ଆକର୍ଷଣ । ହଜାର ହାଜାର ନିରିହ ପଶୁ ବଳି ପଡ଼ିବେ ମାଙ୍କ ନିକଟରେ । ଗୋଟେ ପଟେ ପଶୁବଳିକୁ ରୋକିବା ପାଇଁ ବିଭାଗ ପକ୍ଷରୁ ନିଷେଧାଙ୍କ ଜାରି କରାଯାଉଥିବା ବେଳେ ଛତର ଯାତ୍ରାରେ କିନ୍ତୁ ବଳିକୁ ରୋକଯାଇ ପାରୁନାହିଁ । ପ୍ରତିବର୍ଷ ପୋଲିସ ପ୍ରଶାସନ ଉପସ୍ଥିତିରେ ଏଠାରେ ପଶୁବଳି ଚାଲି ଆସୁଛି । ମାତ୍ର ଏହି ଯାତ୍ରାରେ ଲୋକଙ୍କୁ ପଶୁବଳିରୁ ନିବୃତ୍ତ ରଖିବାରେ ପ୍ରଶାସନ ଫେଲ ମାରୁଛି । ହେଲେ ସାଧାରଣ ଲୋକ ଥରେଟିଏ ଚିନ୍ତା କରିବା ଉଚିତ ପ୍ରକୃତରେ ମା’ କ’ଣ ଚାହାନ୍ତି ! ଗୋଟିଏ ସନ୍ତାନର ରକ୍ତରେ ଆଉ ଏକ ସନ୍ତାନର ମଗଂଳ ଉଚିତ କି ? ଯେତେ ଦିନ ପର୍ୟ୍ୟନ୍ତ ଭକ୍ତ ଏହା ବୁଝିବେ ନାହିଁ ସେତେ ଦିନ ପର୍ୟ୍ୟନ୍ତ ବଳିପ୍ରଥା ଜାରୀ ରହିବ । ଆସ୍ଥା ଓ ପରଂମ୍ପରା ଆଗରେ ଆଇନ ଅସହାୟ ସାଜିଥିବ ।
ଏନେଇ ଆଜି ବଜାରରେ ବଳି ପାଇଁ ବ୍ୟାପକ ଭାବେ ପଶୁ, ପକ୍ଷୀ ବିକ୍ରୀ ଜାରୀ ରହିଛି । ବଳି ଦେବାକୁ ଛେଳି, ବୋଦା, କୁକୁଡା କିଣାକିଣି କରିଛନ୍ତି । ଏଥିପାଇଁ ଜିଲ୍ଲାରେ ଛତର ପୁର୍ବରୁ ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର ବଜାର ବସିଥାଏ । ଯାହାକୁ ବଳି ବଜାର କୁହାଯାଏ । ଚଳିତ ବଳି ବଜାରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି । ବଳି ଦେବାକୁ ଭକ୍ତ ଚଢା ଦରରେ ପଶୁ ଓ ପକ୍ଷୀ କିଣିଛନ୍ତି । ପୁର୍ବରୁ ଛତର ଯାତ୍ରା ସମୟରେ କଳାହାଣ୍ଡିରେ ପ୍ରଚଳିତ ସର୍ବଜନନୀ ବଳି ପ୍ରଥାରୁ ବିରତ ରହିବାକୁ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜ୍ଜୁ ପରେ ମାନ୍ୟବର ହାଇକୋର୍ଟ ପ୍ରଶାସନକୁ ନିର୍ଦ୍ଦଶେ ରହିଛି । ପୁର୍ବ ଦିନ ମାନଙ୍କରେ ପ୍ରଶାସନ ପକ୍ଷରୁ ବଳିରୁ ବିରତ ରହିବାକୁ ସଚେତନତା ଶୋଭାଯାତ୍ରା ମାଧ୍ୟମରେ ପ୍ରୟାସ କରାଯାଉଥିଲା । ହେଲେ ଚଳିତ ବର୍ଷ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଛତର ପୁର୍ବରୁ ଲୋକଙ୍କୁ ବଳିରୁ ନିବୃତ ରହିବାକୁ ନିବେଦନ ମଧ୍ୟ କରିବା ଆବଶ୍ୟକ ମନେ କରିନାହାନ୍ତି । ଚଳିତ ବର୍ଷ ଛତର ଯାତ୍ରାରେ ବ୍ୟାପକ ବଳି ପଡିବାର ଆଶଙ୍କା ପ୍ରକାଶ ପାଇଛି ।
ଚଳିତବର୍ଷ ଛତର ପୁର୍ବରୁ ଜିଲ୍ଲା ପ୍ରଶାସନ ହାତ ଟେକି ଦେଇଛି । ଜିଲ୍ଲାକୁ ନୁତନ ଭାବେ ଆସିଥିବା ଜିଲ୍ଲାପାଳ ହର୍ଷଦ ଓ ପି.ଗଗଂ।ଧର ଛତର ଯାତ୍ରା କୌଣସି ପ୍ରତିକ୍ରୀୟା ଦେବାକୁ ପ୍ରସ୍ତୁତ ନୁହନ୍ତି । ଆନ୍ୟପକ୍ଷରେ ପୋଲିସ ହଜାର ହଜାର ଲୋକଙ୍କ ଆଗରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ବଳି ପ୍ରସଗଂ ଉଠାଇ କୌଣସି ରିସ୍କ ନେବାକୁ ପ୍ରସ୍ତୁତ ନୁହେଁ । ବରଂ ବଳି ପ୍ରଥାକୁ ନେଇ ଲୋକଙ୍କ ବିବେକ ଉପରେ ଛାଡି ଦିଆଯାଇଛି ।