(ଆଦର୍ଶ ରାଉତ): ଆସନ୍ତା ୨୬ରୁ ଆରମ୍ଭ ହେବାକୁ ଯାଉଛି କଳିଙ୍ଗ ଷ୍ଟାଡ଼ିୟମରେ ଏସିଆନ୍ ରଗବି ଅଣ୍ଡର ୧୮ ପ୍ରତିଯୋଗିତା । ଏହି ପ୍ରତିଯୋଗିତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଅଭ୍ୟାସ ଆରମ୍ଭ କରିଛନ୍ତି ଚାଇନା, ୟୁଏପି, ହଙ୍ଗକଙ୍ଗ, ଫିଲିପାଇନସ୍, କତାର, ଲାଓସି ପରି ଅନ୍ତର୍ଜାତୀୟ ଦଳମାନେ । ଏହି ପ୍ରତିଯୋଗିତା ୩ ବର୍ଷରେ ପହଞ୍ଚିଛି । ଏହା ପ୍ରଥମଥର ପାଇଁ ଭାରତରେ ହେବାକୁ ଯାଉଛି । ପୂର୍ବରୁ ଦୁବାଇରେ ଏବଂ ୟୁଏପିରେ ହୋଇଥିଲା । ଚଳିତ ବର୍ଷ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତା ରେ ମୋଟ୍ ୧୨ ଟି ଦେଶ ଭାଗ ନେବେ । ଏହି ପ୍ରତିଯୋଗିତାର ଉଦ୍ଘାଟନୀ ମ୍ୟାଚ୍ ଭାରତ ଓ ୟୁଏପି ମଧ୍ୟରେ ଖେଳାଯିବ ।