( ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଯୁବତୀ ଚାଲାଣ ହେଉଥିବା ଜଣାପଡିଛି ।
ସୂଚନାଅନୁଯାୟୀ , ଛେଣ୍ଡିପଦା ଥାନା ଅଧୀନରେ ଜଣେ ଝିଅକୁ ୨ ମାସ ପୂର୍ବେ ଉତ୍ତରପ୍ରଦେଶ ଚାଲାଣ କରାଯାଇଥିଲା ସେଠାରେ ସେ ଜଣେ ଅଣ ଓଡିଆ ଯୁବକଙ୍କୁ ବିବାହ କରିଥିଲେ । କିଛି ଦିନ ପୂର୍ବେ ସ୍ୱାମୀଙ୍କ ସହ ସେ ନିଜ ବାପଘରକୁ ବୁଲିବାକୁ ଆସିଥିଲେ। ପରେ ଆଉ ସ୍ୱାମୀଙ୍କ ସହ ଯିବାକୁ ରାଜି ନ ହେବାରୁ ଗାଁର ଜଣେ ଦଲାଲ ଏବଂ ଅନ୍ୟ କେତେଜଣ ବ୍ୟକ୍ତି ତାଙ୍କୁ ସ୍ୱାମୀଙ୍କ ସହ ଯିବାକୁ ବାଧ୍ୟ କରିଥିଲେ। ଫଳରେ ଯୁବତୀଜଣଙ୍କ ଭୟଭୀତ ହୋଇ ନିଜ ଘରୁ ଅନ୍ୟତ୍ର କେଉଁଆଡ଼େ ପଳାଇଥିଲେ। ଝିଅକୁ ପାଇ ପରିବାର ଲୋକେ ଦଲାଲ ଙ୍କୁ ଏକ ଘରେ ତାଲା ପକାଇ ଦେଇଥିଲେ । । ପରେ କୌଣସି ସୂତ୍ରରୁ ଖବର ପାଇ ଛେଣ୍ଡିପଦା ଥାନା ଆଇଆଇସି ନିର୍ମଳା ଗୋଛାୟତ ଏବଂ ପୋଲିସ କର୍ମଚାରୀ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିଛନ୍ତି । ଏ ନେଇ ତଦନ୍ତ ଜାରି ରହିଛି।