ରାଜ୍ୟରୁ ଆଉ ୨୩୪୧ ଆକ୍ରାନ୍ତ ସୁସ୍ଥ : ସର୍ବାଧିକ ଖୋର୍ଦ୍ଧା

ଭୁବନେଶ୍ୱର-ରାଜ୍ୟରୁ ଆଉ ୨୩୪୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।ଏହାକୁ ମିଶାଇ ରାଜ୍ୟରେ ମୋଟ ୯ଲକ୍ଷ ୩୫ହଜାର ୭ ରେ ପହଞ୍ଚିଛି ।ଏଥିରେ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲା ରହିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି କଟକ ଜିଲ୍ଳାରୁ ୨୮୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ବାଲେଶ୍ୱରରୁ ୧୬୪, ପୁରୀରୁ ୧୪୧, କେନ୍ଦ୍ରାପଡ଼ାରୁ ୧୨୧, ମୟୂରଭଂଜରୁ ୧୦୩, ଯାଜପୁରରୁ ୯୮, ଜଗତସିଂହପୁରରୁ ୭୬, ନୟାଗଡ଼ରୁ ୭୨, ଢେଙ୍କାନାଳରୁ ୭୦ ଓ ଭଦ୍ରକରୁ ୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି ।ସେହିପରି ସୁନ୍ଦରଗଡ଼ରୁ ୬୨, କେନ୍ଦୁଝରରୁ ୫୯, ଅନୁଗୁଳ ଏବଂ ରାୟଗଡ଼ାରୁ ୫୦ ଜଣ ଲେଖାଏଁ, ମାଲକାନଗିରିରୁ ୪୫, ସମ୍ବଲପୁରରୁ ୩୦, ବଲାଙ୍ଗୀରରୁ ୨୪, କୋରାପୁଟରୁ ୨୩, କନ୍ଧମାଳରୁ ୨୧, ଝାରସୁଗୁଡ଼ାରୁ ୧୭, ସୁବର୍ଣ୍ଣପୁରରୁ ୧୪, ବରଗଡ଼, ଗଂଜାମ ଏବଂ କଳାହାଣ୍ଡିରୁ ୧୧ ଜଣ ଲେଖାଏଁ, ନବରଂଗପୁରରୁ ୯, ଦେବଗଡ଼ରୁ ୭, ଗଜପତିରୁ ୬, ବୌଦ୍ଧରୁ ୪, ନୂଆପଡ଼ାରୁ ୩ ଓ ରାଜ୍ୟପୁଲରୁ ୧୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।