(ରିପୋର୍ଟସ ଟୁଡ଼େ)ଆମେରିକା: ବିମାନ ଚଳାଚଳ ଉପରେ ଲାଗିଲା ରୋକ । ଆମେରିକାରେ ବୋଇଂ-୭୩୭ ମ୍ୟାକ୍ସ-୮ ବିମାନର ଉଡ଼ାଣ ବ୍ୟାନ୍। ବୋଇଂ-୭୩୭ ମ୍ୟାକ୍ସ-୮ ଓ ମ୍ୟାକ୍ସ-୯ର ସବୁ ବିମାନ ଉଡ଼ାଣ ଉପରେ ରୋକ ଲଗାଇବାକୁ ହ୍ଵାଇଟ୍ ହାଉସ୍ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା। ପାଞ୍ଚ ମାସ ଭିତରେ ବୋଇଂ-୭୩୭ ବିମାନ ଦ୍ୱିତୀୟ ଥର ଦୁର୍ଘଟଣାର ଶିକାର ହୋଇଛି। ଏହାପରେ ବିଶ୍ୱର ଅନେକ ଦେଶ ଏହି ବିମାନ ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି। ଭାରତ ସମେତ ବ୍ରିଟେନ୍, ଫ୍ରାନ୍ସ, ଜର୍ମାନୀ, ଅଷ୍ଟ୍ରେଲିଆ, ସିଙ୍ଗାପୁର, ମାଲେସିଆ, ଆୟରଲାଣ୍ଡ, ଆଇସଲାଣ୍ଡ, ଓମାନ ଓ ଚୀନ ଭଲି ଦେଶ ଏହି ବିମାନ ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି । ନିକଟରେ ଇଥିଓପିଆ ଏୟାରଲାଇନ୍ସର ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ଦୁର୍ଘଟଣାଗସ୍ତ ହୋଇଥିଲା । ଏଥିରେ ୪ ଜଣ ଭାରତୀୟଙ୍କ ସମେତ ୧୫୭ ଜଣଙ୍କ ମୃତ୍ୟୁ ହେବା ପରେ ବିମାନର ସୁରକ୍ଷାକୁ ନେଇ ପ୍ରଶ୍ନବାଚୀ ଉଠିଛି।