ବାୟୁ ପ୍ରଦୂଷଣରେ ତିନିବର୍ଷରେ ଯାଇଛି ୨୫ ଳକ୍ଷରୁ ଅଧିକ ଜୀବନ- ଲ୍ୟାସେଣ୍ଟ୍ ଆୟୋଗ ରିପୋର୍ଟ

(ରିପୋର୍ଟସ ଟୁଡେ): ଦେଶରେ ବାୟୁ ପ୍ରଦୂଷଣ ଧୀରେ ଧୀରେ ଉଗ୍ର ରୂପ ନେବାରେ । ୨୦୧୫ ଠାରୁ ଇତିମଧ୍ୟରେ ଦେଶର ବିଭିନ୍ନ ଅଚଂଳରେ ବାୟୁ ପ୍ରଦୂଷଣ ଯୋଗୁଁ ୨୫ ଲକ୍ଷ ଲୋକଙ୍କର ଜୀବନ ଯାଇଛି । । ଦିଲ୍ଲୀ ଏନ୍ସିଆର୍ରେ ବାୟୁରେ ପ୍ରଦୂଷଣ ମାତ୍ରା କ୍ରମାଗତ ବୃଦ୍ଧି ପାଇବାରେ ଲାଗିଛି। ଏନେଇ ଲ୍ୟାସେଣ୍ଟ୍ ଆୟୋଗ ରିପୋର୍ଟରେ ପ୍ରକାଶ ପାଇଛି। ଇତିମଧ୍ୟରେ ପୃଥିବୀରେ ବାୟୁ ପ୍ରଦୂଷଣ ଯୋଗୁ ୯୦ ଲକ୍ଷ ଳୋକଙ୍କର ମୃତ୍ୟୁ ଘଟିଛି। ଭାରତ ପଛକୁ ଏହି ତାଲିକାରେ ଚାଇନା ରହିଛି। ଚାଇନାରେ ଏହି ସମୟ ମଧ୍ୟରେ ୧୮ ଲକ୍ଷ ଲୋକଙ୍କର ଜୀବନ ଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଭାରତୀୟ ପାଣିପାଗ ବିଭାଗ ଦ୍ୱାରା ପ୍ରକାଶିତ ପତ୍ରିକା ମୌସମ ମଞ୍ଜୁଷାରେ ଦର୍ଶାଯାଇଛି ଯେ, ଦ୍ୱିତୀୟ ବିଶ୍ୱଯୁଦ୍ଧରେ ୧୯୩୯ଠାରୁ ୧୯୪୫ ମଧ୍ୟରେ ଭାରତରେ ୧୬ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧରେ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ କାରଗୀଲ୍ ଯୁଦ୍ଧରେ ୫୨୭ ଯବାନ ଶହୀଦ୍ ହୋଇଥିଲେ। ମାତ୍ର ବାୟୁ ପ୍ରଦୂଷଣ ମୃତ୍ୟୁ ସଂଖ୍ୟା ଏସବୁଠାରୁ ଯଥେଷ୍ଟ ଅଧିକ ରହିଛି। ବାୟୁ ପ୍ରଦୂଷଣ ଯୋଗୁ ବିଭିନ୍ନ ପ୍ରକାର ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଏହି ରିପୋର୍ଟରେ ଦର୍ଶାଯାଇଛି।