କଂଗ୍ରେସରୁ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି,ଦଳରେ ମୋର ପ୍ରେଷ୍ଟିଜ ନାହିଁ କି ସ୍ଥାନ ନାହିଁ

(ଭୁବନେଶ୍ୱର( ରିପୋଟର୍ସ ଟୁଡେ) ;- କଂଗ୍ରେସ ଛାଡିଲେ ବିଜୟ ପଟ୍ଟନାୟକ । କଂଗ୍ରେସରୁ ଇସ୍ତଫା ଦେଲେ ବିଜୟ ପଟ୍ଟନାୟକ । ମେଲ୍ ଯୋଗେ ଇଓଉଉଙ୍କୁ ପଠାଇଲେ ଇସ୍ତଫା ପତ୍ର । ପାରଳାଖେମୁଣ୍ଡିରୁ ନିର୍ବାଚନ ଲଢି ପରାସ୍ତ ହୋଇଥିଲେ ବିଜୟ । ଏହା ସହିତ କଂଗ୍ରେସର ପ୍ରଚାର କମିଟିର ଅଧ୍ୟକ୍ଷ ଦାୟିତ୍ୱ କଂଗ୍ରେସ ପକ୍ଷରୁ ମିଳିଥିଲା । ପରେ ତାଙ୍କୁ ଅଧ୍ୟକ୍ଷ ପଦରୁ କାଢିଦିଆଯାଇ ଭକ୍ତ ଦାସଙ୍କୁ ଦାୟିତ୍ୱ ଦିଆଯାଇଥିଲା

। ତେବେ ଇସ୍ତଫା ଦେବା ପରେ ବିଜୟ କହିଛନ୍ତି । କଂଗ୍ରେସରେ ପ୍ରେଷ୍ଟିଜ ମୋର ନାହିଁ । ମୁଁ ଅନୁଭବ କଲି ଦଳ ପାଇଁ ମୁଁ କିଛି ୟୁଜଫୁଲ୍ ହେଉନି । ତେଣୁ ମୁଁ ଇସ୍ତଫା ଦେଇଛି । ଅନ୍ୟ ଦଳକୁ ମୋର ଯିବାର ନାହିଁ । ମୁଁ ନିଜେ ଲୋକଙ୍କ ପାଖକୁ ଯାଇ ଲୋକଙ୍କ ଭଲମନ୍ଦ ବୁଝିବି । ତେବେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ଏହା ମଧ୍ୟ କହିଛନ୍ତି, ମୁଁ ଦେଖିଲି ଦଳରେ ପ୍ରେଷ୍ଟିଜ ନାହିଁ କି ସ୍ଥାନ ନାହିଁ ।