ପୁରୀ: ପୁରୀ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ । ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ । ଦାୟିତ୍ୱରେ ଅବହେଳା ପାଇଁ ପୁରୀ ACFଙ୍କ ବିରୁଦ୍ଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ । ଘଟଣା ଦିନ ACF ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାଇତ୍ୱରେ ଥିଲେ । ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ବିଭାଗୀୟ ଆକ୍ସନ । ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ । ଜଣେ ସହକାରୀ ଜିଲ୍ଲାପାଳ, ୨ ଅତିରିକ୍ତ ତହସିଲଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ ।

ତେବେ ଘୋଷଯାତ୍ରା ଦାୟିତ୍ୱରେ ଅବହେଳା ପାଇଁ ପୁରୀ ଏସିଏଫ୍ଙ୍କ ବିରୋଧରେ ଆକ୍ସନ । ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦଳାଚକଟା ଘଟଣା ଦିନ ଏସିଏଫ୍ ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାୟିତ୍ୱରେ ଥିଲେ । ଶରଧାବାଲିରେ ଦଳାଚକଟା ଘଟଣାରେ ୭ ପୁଲିସ ଅଧିକାରୀ ନୁହେଁ, ଅନ୍ୟ ପ୍ରଶାସନିକ ଅଧିକାରୀମାନେ ମଧ୍ୟ ଦୋଷୀ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ତଦନ୍ତ ରିପୋର୍ଟରେ ସମସ୍ତ ଦୋଷୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ନିର୍ଦ୍ଦେଶ ଦିଆଯାଇଛି । ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରାଯାଇଛି ।