ଭୁବନେଶ୍ୱର: ଏ ଲଢେଇ ସରିନି , ଆଗକୁ ଜାରି ରହିବ । ଯଦି ମୋତେ ଗିରଫ କରିବେ ,ତାହେଲେ ଜେଲରେ ବି ଅନଶନ କରିବି । ତେବେ ଦୀର୍ଘ ସାଢେ ୪ ଘଣ୍ଟା ପରେ ମୁକ୍ତିକାନ୍ତଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ଟିମ୍ । ପ୍ରଥମେ ମୁକ୍ତିକାନ୍ତଙ୍କୁ ପାଣି ମାଡ କରାଯାଇଥିଲା । ଫଳେ ତାଙ୍କ ଶରୀରରୁ ଡିଜେଲ ଧୋଇ ହୋଇଗଲା ପରେ ହୋଡିଂ ଉପରକୁ ଚଢିଥିଲେ ଅଗ୍ନିଶମ କର୍ମଚାରୀ । ଏହାପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ ତାଙ୍କ ସ୍ୱାସ୍ଥ୍ୟଗତ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ତେବେ ମୁକ୍ତକାନ୍ତଙ୍କୁ ଉଦ୍ଧାର ବେଳେ ସେ କହିଥିଲେ ଯେ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପୂରଣ ନକରିଛନ୍ତନ୍ତି, ସେ ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ । ଉଠି ଏକ ପ୍ରକାର ଏକଛତ୍ରବାଦ ଶାସନ ଚାଲିଛି । ସୂଚନା ମୁତାବକ, ଶିଶୁ ଭବନ ଛକରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ଆଜି ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସେପଟେ ଅଗ୍ନିଶମ ବିଭାଗ ତାଙ୍କୁ ଉଦ୍ଧାର କରିବାକୁ ପ୍ରୟାସ ଜାରି ରଖିଥିଲା । ହୋର୍ଡିଂ ଉପରେ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲେ ମୁକ୍ତିକାନ୍ତ । ରାଉରକେଲାରୁ ସମସ୍ୟା ନେଇ ଭୁବନେଶ୍ୱର ଆସିଥିଲେ । ୭ ଦିନ ଅପେକ୍ଷା ପରେ ବି ସାକ୍ଷାତ ନହେବାରୁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ।