ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ର୍ନିର୍ଦ୍ଦେଶାଳୟ ଦ୍ୱାରା ନୂଆ ଶିକ୍ଷାବର୍ଷ ପାଇଁ ଏକାଡେମିକ କ୍ୟାଲେଣ୍ଡ୍ୟର ପ୍ରସ୍ତୁତ କରିଛି । ଆସନ୍ତା ଅଗଷ୍ଟ ପହିଲାରୁ ଯୁକ୍ତ ଦୁଇ ପ୍ରଥମ ବର୍ଷ ପାଠବଢା ଆରମ୍ଭ ହେବାକୁ ଯାଉଛି ।ଏହା ପୂର୍ବରୁ ୫୦ଟି ସରକାରୀ ଉଚ୍ଚମାଧ୍ୟମିକ ସ୍କୁଲ ଅଧ୍ୟକ୍ଷମାନଙ୍କ ଦକ୍ଷତା ବିକାଶ କାର୍ୟ୍ୟକ୍ରମ କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରାଯାଇଛି ଏକାଡେମିକ୍ କ୍ୟାଲେଣ୍ଡର ।
ନୂଆ ଶିକ୍ଷା ବର୍ଷ ପାଇଁ ଏକାଡେମିକ୍ କ୍ୟାଲେଣ୍ଡର ଉଭୟ ପ୍ରଥମ ଓ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ କାର୍ୟ୍ୟକାରୀ କରାଯିବ। ଏଥିରେ ପୂଜା ଛୁଟି ପୂର୍ବରୁ ଦ୍ୱିତୀୟ ବର୍ଷର ଇଣ୍ଟରନାଲ ପରୀକ୍ଷା କରାଯିବ।
ଯଦି ଏହି କ୍ୟାଲେଣ୍ଡରରେ କିଛି ପରିବର୍ତ୍ତନ ନ କରାଯାଏ, ତେବେ ଦ୍ୱିତୀୟ ବର୍ଷର ଆନୁଆଲ ପରୀକ୍ଷା ୨୦୨୪ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ସୁଦ୍ଧା ସରିବ। ସେହିପରି ପ୍ରଥମ ବର୍ଷ ପରୀକ୍ଷା ଏପ୍ରିଲ ୨୫ରୁ ଆରମ୍ଭ କରି ମେ ୫ରେ ସାରି ଖରାଛୁଟି କରାଯିବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି। +୨ ଦ୍ୱିତୀୟ ବର୍ଷର ପ୍ରୋକ୍ଟରିଆଲ କ୍ଲାସର ବି ସମୀକ୍ଷା କରାଯିବ। ଯେଉଁଥିରେ ପ୍ରତି ଶିକ୍ଷକଙ୍କୁ କିଛି ଛାତ୍ରଛାତ୍ରୀଙ୍କ ଦାୟିତ୍ୱ ଦିଆଯାଇଥିଲା।