(ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା କିଶୋରନଗର ଥାନା ବାମୁର ଛକରେ ଦୁର୍ଘଟଣା। ବାମୁର ଗାଁର ବିସା ଦେହୁରୀ ନାମକ ଜଣେ ଯୁବକ ବିଳମ୍ବିତ ରାତ୍ରରେ ଚାଲି ଚାଲି ଘରକୁ ଫେରୁ ଥିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଗୁରୁତର ଆହତ ହୋଇଥିଲେ । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ବାମୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ସମ୍ପର୍କରେ ଖବର ପାଇ କିଶୋରନଗର ପୋଲିସ୍ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି ।