ଗଛ ସହ ଧକ୍କା ହେଲା କାର , ଦୁର୍ଘଟଣାରେ ସ୍ତ୍ରୀ ଗୁରୁତର ,ସ୍ଵାମୀ ଆହତ

କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ତାରିଣୀ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍

(କେଉଁଝର) : କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ଓରିଆ ଗାଁ ତାରିଣୀ ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛକୁ ପିଟିଲା କାର୍। ଏହି ଦୁର୍ଘଟଣାରେ ସ୍ତ୍ରୀ ଗୁରୁତର ହୋଇଥିବା ବେଳେ ସ୍ଵାମୀ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ତେଲକୋଇ ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନାନୁଯାୟୀ, ତୁରୁମୁଙ୍ଗା ଥାନା ଅନ୍ତର୍ଗତ କଙ୍କଡା ଗାଁରୁ ଏକ ଦମ୍ପତି କାର୍ ଯୋଗେ ତେଲକୋଇ ଆସୁଥିଲେ। ଏହି ସମୟରେ ଓରିଆ ଗାଁ ତାରିଣୀ ମନ୍ଦିର ନିକଟରେ ସେମାନଙ୍କ କାର୍ ଭାରସାମ୍ୟ ହରାଇ ନିକଟରେ ଥିବା ଗଛରେ ପିଟି ହୋଇଯାଇଥିଲା।