( ଓମପ୍ରକାଶ ମିଶ୍ର)ସୁବର୍ଣ୍ଣପୁର: ଗତକାଲି ସନ୍ଧ୍ୟାରେ ସୋନପୁର ସହରର କସ୍ତୁରୀ ହୋଟେଲ ଛକ ନିକଟରେ ଆମ୍ବୁଲାନ୍ସ ସହିତ ଏକ ହୋଣ୍ଡା ସିଟି କାର୍ ମୁହଁ।ମୁହିଁ ଧକ୍କା ହୋଇଥିଲା ।ସେହି ଦୁର୍ଘଟଣାକୁ ନେଇ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ସମ୍ବଲପୁର ପରିବହନ ବିଭାଗର ନମ୍ବର ଥିବା ଏକ ଆମ୍ବୁଲାନ୍ସରେ ଡ୍ରାଇଭର ଟେଲିଭିଜନ ମରାମତି କରିବାକୁ ନେଉଥିବା ବେଳେ ଏକ ହୋଣ୍ଡା ସିଟି ଗାଡ଼ିରେ ମୁହାଁମୁହିଁ ଧକ୍କା ହୋଇଥିଲା । ଆମ୍ବୁଲାନ୍ସ ଡ୍ରାଇଭର ହୋଣ୍ଡା ସିଟି କାର ଗାଡିକୁ ପିଟିବା ପରେ ସେଠାରୁ ଫେରାର ହୋଇଯାଇଥିଲା । ସୋନପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୋନପୁର ଜିଲ୍ଲାର ମେଣ୍ଡା ଗ୍ରାମର ସନ୍ତୋଷ ସାହାକୁ ଆମ୍ବୁଲାନ୍ସ ଡ୍ରାଇଭର ସନ୍ଦେହରେ ପଚରାଉଚରା କରୁଛି । ଅଟକ ରଖିଥିବା ସନ୍ତୋଷ ସାହା ନିଜେ ଆମ୍ବୁଲାନ୍ସର ଡ୍ରାଇଭର ନୁହେଁ ବୋଲି ପୋଲିସ ଆଗରେ କହିଛି । ହୋଣ୍ଡା ସିଟି କାର୍ ଟି ସହରର ସିଣ୍ଡିକେଟ ବ୍ୟାଙ୍କର ମ୍ୟାନେଜରଙ୍କ ବୋଲି ଜଣାପଡିଛି । ଆମ୍ବୁଲାନ୍ସ କାହିଁକି ମାଲ ପରିବହନ ପାଇଁ ବ୍ୟବହାର ହେଉଛି ତାହା ଲୋକଙ୍କ ଭିତରେ ଉତ୍ସୁକତା ସହ କ୍ରୋଧ ମଧ୍ୟ ସୃଷ୍ଟି କରିଛି । ଆମ୍ବୁଲାନ୍ସ କେଉଁ ଡାକ୍ତରଖାନାର ଓ କାହିଁକି ପୁରୁଣା ଟେଲିଭିଜନ ନେଇ ସହରରେ ବୁଲୁଥିଲା ତାହା ସଠିକ ଭାବରେ ଜଣା ପଡ଼ିନାହିଁ । ଟାଉନ ଥାନା ଆଇଆଇସି ଲୋକେଶ୍ୱର ସାହୁ କସ୍ତୁରୀ ହୋଟେଲ ଛକଠାରେ ଦୁର୍ଘଟଣା ହୋଇଥିବା ଘଟଣାର ତଦନ୍ତ କରୁଛନ୍ତି।