ଏବଭିିପିର ୪୪ ତମ ରାଜ୍ୟ ଅଧିବେସନ ଉଦଘାଟିତ

(ମୃତ୍ୟୁଞ୍ଜୟ / ରିପୋର୍ଟସ ଟୁଡ଼େ ): ଅଖିଳ ଭାରତୀୟ ବଦ୍ୟିାର୍ଥୀ ପରିଷଦର ୪୪ ତମ ରାଜ୍ୟ ଅଧିବେସନ ଆଜି ସ୍ଥାନୀୟ ବସୁନ୍ଧରା ପଡ଼ିଆ, ବିଡ଼ାନାସୀରେ ଉଦଘାଟିତ ହୋଇଯାଇଛି । ଆଜି ଅପରାହ୍ନରେ ଏବିଭିପିର ଧ୍ୱଜ୍ଜ ଉତୋଳନ ଓ ରାଷ୍ଟ୍ରଗାନ ସହ ଅଧିବସେନ ଉଦଘାଟନ ହୋଇଥିଲା । ଏହି ସତ୍ରରେ ଏବିଭିପିର ରାଜ୍ୟ ସଭାପତି ଭାଗିରିଥୀ ପୃଷ୍ଟି ଓ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ । ତିଦି ଦିନ ଧରି ଚାଲିବାକୁ ଥିବା ଏହି ଶୈକ୍ଷିକ ମହାକୁମ୍ଭରେ ରାଜ୍ୟର ପ୍ରାୟ ସବୁ ଅଂଚଳ ଭାଷା ଓ ସଂସ୍କୃତିକୁ ପ୍ରତିନିଧିତ୍ୱ କରୁଥିବା ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୦୦୦ରୁ ଉଦ୍ଧ୍ୱର୍ ବିଦ୍ୟାର୍ଥୀ ପ୍ରତିନିଧି ଯୋଗଦେଇଛନ୍ତି । ବିଦ୍ୟାର୍ଥୀଙ୍କ ଏହି ବିଶାଲ ଆୟୋଜନ ସହ ପ୍ରଦର୍ଶନୀକୁ ଦେଖିବାକୁ ସାଧାରଣରେ ବହୁ ଆଗ୍ରହ ପରିଲିକ୍ଷିତ ହୋଇଛି । ପ୍ରତିବଷୟ ଭଳି ଏଥର ମଧ୍ୟ ଏବିଭିପି ଓଡ଼ିଶା ପ୍ରଦେଶର ୨୦୨୦ -୨୧ ଶିକ୍ଷାବର୍ଷ ପାଇଁ ରାଜ୍ୟ ସଭାପତି ଓ ରାଜ୍ୟ ସମ୍ପାଦକ ନିର୍ବାଚନ ହୋଇଥିଲା । ନିର୍ବାଚନ ଅଧିକାରୀ ତଥା ପୂର୍ବତନ ରାଜ୍ୟ ସଭାପତି ଅଧ୍ୟାପକ ଦିଲ୍ଲିପ ଦାସଙ୍କ ଦ୍ୱାରା ଓଡ଼ିଶାର ବିଭିନ୍ନ ନଗର ଓ ମହାନଗର ଶାଖାରୁ ଆସିଥିବା ମତାମତ ଆଧାରରେ ଡ଼. ଭାଗୀଥୀ ପୃଷ୍ଟିଙ୍କୁ ରାଜ୍ୟ ସଭାପତି ଓ ରାଜ୍ୟ ସମ୍ପାଦକ ଭାବେ ଶଶିକାନ୍ତ ମିଶ୍ରଙ୍କୁ ପୁନର୍ବାର ନିର୍ବାଚିତ କରାଯାଇଛି । ଆଜିର ବାର୍ଷିକ ସମ୍ପାଦକ ବିବରଣୀ ପାଠ ଅବସରରେ ରାଜ୍ୟ ସମ୍ପାଦକ ଶଶିକାନ୍ତ ମିଶ୍ର ଗତ ଶିକ୍ଷା ବର୍ଷରେ ରାଜ୍ୟରେ ପରିଷଦର ସଫଳତା ସଂପର୍କରେ ବକ୍ତବ୍ୟ ରଖିବା ସହ ଆଗାମୀ ଦିନମାନଙ୍କରେ ମଧ୍ୟ ପରିଷଦ ଛାତ୍ରହିତରେ ଲଢେଇ ଜାରି ରଖିବ ବୋଲି କହିଥିଲେ । ଅଧିବେସନ ଅବସରରେ ଆଜି ନିର୍ବାଚିତ ରାଜ୍ୟ ସଭାପତି ଓ ସମ୍ପାଦକମମଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଜିର ସତ୍ରମାନଙ୍କରେ ରାଜ୍ୟ ତଥା ଦେଶର ଶିକ୍ଷା ଓ ସାମଜିକ ସ୍ଥିତିକୁ ନେଇ ବହୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରାଯାଇଥିଲା । ଆସନ୍ତାକାଲି ଅଧିବେସନରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ର. ଗଣେଶି ଲାଲ ଯୋଗ ଦେବେ ।