ଆନନ୍ଦପୁରରେ ଆତଙ୍କ ଖେଳାଇଛି ଏକ ବଣୁଆ ଦନ୍ତା । ପ୍ରଥମେ ଆନନ୍ଦପୁର ସହର ମଧ୍ୟରେ ସକାଳୁ ଦେଖିବାକୁ ମିଳିଥିଲା ହାତୀ । ପରେ ଗାଁ ପରେ ଗାଁ ବୁଲୁଛି ଦନ୍ତା । ଆଗେ ଆଗେ ଦନ୍ତା ପଛେ ପଛେ ସ୍ଥାନୀୟ ଲୋକେ ଓ ବନ ବିଭାଗ କର୍ମଚାରୀ ବୁଲୁଛନ୍ତି । ସକାଳୁ ଆନନ୍ଦପୁର ସିନେମା ହଲ ନିକଟରେ ଥିବା ଆମ୍ବ ତୋଟାରେ ଜଣେ ମହିଳାଙ୍କୁ ଦଳି ମାରି ଦେଇଥିବା ବେଳେ ଦୁଇଟି ସାଇକଲ ଭାଙ୍ଗି ଦେଇଛି । ଦନ୍ତା ହାତୀଟି ସକାଳେ ପ୍ରଥମେ ଆନନ୍ଦପୁର କଲେଜ ପଛପାଖ ଆମ୍ବତୋଟା ନିକଟରେ ଦେଖିବାକୁ ମିଳିଥିଲା । ଲୋକେ ହାତୀକୁ ଦେଖିବାପରେ ହୋହଲ୍ଲା କରିବା ଆରମ୍ଭ କରିଥିଲେ। ଅନେକ ଲୋକ ରୁଣ୍ଡ ହେବାରୁ ହାତୀଟି ଆଗକୁ ଆଗେଇ ଚାଲିଥିଲା । ପରେ ପେରେ ବନବିଭାଗ କର୍ମଚାରୀମାନେ ପହଁଞ୍ଚି ହାତୀକୁ ଜଙ୍ଗଲ ମୁହାଁ କରିବାକୁ ପ୍ରୟାସ ଚଳାଇଥିଲେ । ଆନନ୍ଦପୁର ରେଞ୍ଜର ନବ କିଶୋର ନାଏକଙ୍କ ନେତୃତ୍ୱରେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ହାତୀକୁ ଜଗି ରହିଛନ୍ତି ।