ଓଡ଼ିଶା ଅଭିଭାବକ ମହାସଂଘ ୮ ଜୁନ୍ ସୋମବାର ଦିନ ସକାଳ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସିଏଚ୍ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରିବ। ସିଏଚ୍ଏସ୍ଇ ଘୋଟାଲାର ବିଚାର ବିଭାଗୀୟ ତଦନ୍ତ ଦାବୀ କରୁଛୁ। COEMPT EduTek କେଉଁ ଅଧିକାରରେ ସରକାର ଓ ସିଏଚ୍ଏସ୍ଇ ଅନୁମୋଦନ ବିନା ତୃତୀୟ ପକ୍ଷକୁ କାର୍ଯ୍ୟ ଦେଇଛି? ଏହା CBSE, NEET ପରି ଏକ ବଡ଼ ଘୋଟାଲା। ଗୋଟିଏ ଛାତ୍ର ସିଏଚ୍ଏସ୍ଇ ବୋର୍ଡରେ ୧୦୦ ନମ୍ବର ବଦଳରେ ୧୦୨ ନମ୍ବର ପାଇଛି ଏହା କେବଳ ଏକ ଉଦାହରଣ।
କେଉଁ ଅନ୍ତର୍ନିହିତ କାରଣରେ COEMPT EduTekକୁ ଓଡ଼ିଶାରେ ରକ୍ଷା କରାଯାଉଛି? ଆଗାମୀକାଲି ୮ ଜୁନ୍ ସୋମବାର ସକାଳ ୧୦ଟାରେ ସିଏଚ୍ଏସ୍ଇ କାର୍ଯ୍ୟାଳୟ ସମ୍ମୁଖରେ, ଦୂରଦର୍ଶନ କେନ୍ଦ୍ର ନିକଟରେ, ଭୁବନେଶ୍ୱର ରେ ଏକତ୍ରିତ ହୋଇ ଛାତ୍ର ଓ ଛାତ୍ରୀଙ୍କ ଭବିଷ୍ୟତ ରକ୍ଷା ପାଇଁ ପ୍ରତିବାଦରେ ସାମିଲ୍ ହେବାକୁ ଆହ୍ୱାନ ଦେଇଛନ୍ତି।