କାଳବୈଶାଖୀ ବର୍ଷାରେ ବିଜୁଳି ମାରି ଜଳିଗଲା ଘର…

କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ହୋଇଛି । ଫଳରେ ତାପମାତ୍ରା ହ୍ରାସ ପାଇଛି । ହେଲେ କାଳବୈଶାଖୀ ବର୍ଷା ସହିତ ହୋଇଥିବା ପ୍ରବଳ ପବନ ପାଇଁ ଲୋକମାନେ ନାହିଁ ନଥିବାର ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ପ୍ରବଳ ବର୍ଷା ସହ ପବନ ଫଳରେ ବିଭିନ୍ନ ସ୍ଥାନରେ ଗଛପଡ଼ି ରାସ୍ତା ଅବରୋଧ ହୋଇଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ତାଣ୍ଡବ ରଚିଛି କାଳ ବୈଶାଖୀ । ବିଜୁଳି ମାରି ଜଳିଗଲା ଘର। ବିଜୁଳି ମାରି ଜଳିଗଲା ବାଲୁଗାଁ ଏନଏସି ୭ନଂ ୱାର୍ଡ ପାଟଣାସାହି ସୁକାନ୍ତି ପ୍ରଧାନଙ୍କ ଘର। ସୁକାନ୍ତି ପ୍ରଧାନ ଦୀର୍ଘ ୭ବର୍ଷ ହେବ ଉକ୍ତ ଘରେ ଭଡାରେ ରହିଆସୁଥିଲେ। ଫଳରେ ଅତ୍ୟାବଶକ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଥିବା ସୂଚନା।