ଭୁବନେଶ୍ୱର -ତମାଣ୍ଡୋ ଅଞ୍ଚଳରୁ ଗୋରୁ ବୋଝେଇ ଗାଡି ଜବତ ହୋଇଛି । ୨୦ ଗୋରୁ ଉଦ୍ଧାର କରାଯାଇଛି ।ଘଟଣାସ୍ଥଳରୁ ଗାଡି ଚାଳକ ଫେରାର ହୋଇଯାଇଥିବା ବେଳେ ହେଲପରକୁ ଅଟକ ରଖିଛି ପୋଲିସ ।ସୂଚନାନୁଯାୟୀ, ଭୁବନେଶ୍ଵର ତମାଣ୍ଡୋ ଅଞ୍ଚଳରୁ ଏକ ଗୋରୁ ବୋଝେଇ ଟ୍ରକ୍ ଜବତ ହୋଇଛି। ଏକ ଗୋରୁ ବୋଝେଇ ଟ୍ରକ୍ ମଣିକଗଡାରୁ ଭୁବନେଶ୍ଵର ଯଦୁପୁର ଅଞ୍ଚଳକୁ ଆସୁଥିବା ବେଳେ ତମାଣ୍ଡୋ ଅଞ୍ଚଳରେ କିଛି ସ୍ଥାନୀୟ ଲୋକ ଅଟକାଇ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୋରୁ ବୋଝେଇ ଗାଡି ଜବତ କରିବା ସହ ୨୦ଟି ଗୋରୁ ଉଦ୍ଧାର କରଛି। ତେବେ ଘଟଣାସ୍ଥଳରୁ ଗାଡି ଛାଡି ଡ୍ରାଇଭର ଫେରାର ହୋଇଯାଇଛି। ହେଲପରକୁ ଅଟକ ରଖିଛି ତମାଣ୍ଡୋ ପୋଲିସ। ଜବତ ହୋଇଥିବା ଗୋରୁ ଗୁଡିକୁ ଗୋଶାଳା ପଠାଯାଇଛି।