ଖୁବଶୀଘ୍ର ରାଜ୍ୟରେ ଆରମ୍ଭ ହେବ ଟିଚିଂ ହସ୍ପିଟାଲ

ଭୁବନେଶ୍ୱର: ରାଜ୍ୟରେ ଖୁବଶୀଘ୍ର ଆରମ୍ଭ ହେବ ଟିଚିଂ ହସ୍ପିଟାଲ । ନୂଆ ସରକାରୀ ମେଡିକାଲ କଲେଜରେ ଆରମ୍ଭ ହେବ ଟିଚିଂ ମେଡିକାଲ । ୯ ସରକାରୀ ହସ୍ପିଟାଲରେ କାମ ସାରିବାକୁ ସମୟ ସୀମା ଧାର୍ଯ୍ୟ ହୋଇଛି । କାମ ସରିବାର ମାସକ ମଧ୍ୟରେ ହସ୍ପଟାଲ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ସବୁ ସରକାରୀ ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ । ଜାନୁଆରୀ ୨୦୨୩ ସୁଦ୍ଧା କେନ୍ଦୁଝର ହସ୍ପିଟାଲ କାମ ସରିବ । ଜୁନ ୨୦୨୩ ସୁଦ୍ଧା ବାଲେଶ୍ୱର, ବାରିପଦା, ବଲାଙ୍ଗୀର ହସ୍ପିଟାଲ କାମ ସରିବା ସହ ଜୁଲାଇ ମାସ ସୁଦ୍ଧା ସରିବ ଯାଜପୁର ଓ ପୁରୀ ଟିଚିଂ ହସ୍ପିଟାଲ କାମ । ଏଥି ସହ ଅଗଷ୍ଟ ୨୦୨୩ ସୁଦ୍ଧା ସରିବ କୋରାପୁଟ, ଫୁଲବାଣୀ ହସ୍ପିଟାଲର କାମ ।