ହିନ୍ଦୋଳ ବ୍ଲକ ରେ ପ୍ରଥମକରି ଏକ ମଲ୍ଟି ସିନେମା ହଲ ସ୍ଥାପନ ହେବ

ହିନ୍ଦୋଳ ବ୍ଲକ ସାତମାଇଲ ସ୍ଥିତ ‘ଓ ଡି ନାଇଁଟିନ’ ପରିସରରେ ଜେପି ସିନେମାହଲର ଭୂମୀପୂଜନ ଉତ୍ସବରେ ଯୋଗଦେଲେ ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ବାବୁଶାନ୍ ମାହାନ୍ତି, ଓଡ଼ିଆ ଚଳଚ୍ଚିତ୍ର ଦମନର ପ୍ରଜୋଜକ ଦିପେନ୍ଦ୍ର ସାମଲ, ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ଦମନ ଚଳଚିତ୍ର ପ୍ରଯୋଜକ ଜିତେନ୍ଦ୍ର ସାମଲ ଏବଂ ‘ଓ ଡି ନାଇଁଟିନ’ ମାଲିକ ଦେବବ୍ରତ ସାହୁଙ୍କ ମିଳିତ ଉଦ୍ୟମରେ ଏହି ସିନେମା ହଲଟି ହେଉଥିବାବେଳେ ହିନ୍ଦୋଳରେ ପ୍ରଥମକରି ଏକ ମଲ୍ଟି ସିନେମାହଲ ହେଉଥିବାରୁ ଅଞ୍ଚଳରେ ଖୁସିର ଲହରୀ ଦେଖିବାକୁ ମିଳିଛି। ଓଡ଼ିଶାର ୩୧୪ ବ୍ଲକରୁ ହିନ୍ଦୋଳ ବ୍ଲକ ରେ ପ୍ରଥମକରି ଏକ ମଲ୍ଟି ସିନେମା ହଲ ସ୍ଥାପନ କରାଯାଇଛି ଆଗାମୀଦିନରେ ଲୋକ ମାନଙ୍କର ଏନଟରଟେଣ୍ଟମେଣ୍ଟ ପାଇଁ ପ୍ରତ୍ୟେକ ବ୍ଲକରେ ମଲ୍ଟି ସିନେମା ହଲ କରାଯିବ ବୋଲି ମତ ରଖିଛନ୍ତି ବିଧାୟକ ଅଗସ୍ତି ବେହେରା। ସିନେମା ହଲ ପାଇଁ ବିଶେଷ କରି ଯୁବପିଢି ମାନଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି।