ତ୍ରିଶୂଳିଆ ଛକରୁ ଜବତ୍ ହେଲା ଗୋରୁ ମାଂସ ବୋଝେଇ ଗାଡ଼ି
ଦୁଇଟି ଟ୍ରକରୁ ପାଖାପାଖି ଦୁଇ ଟନ୍ ଗୋମାଂସ ଜବତ କଲା ବାରଙ୍ଗ ଥାନା ପୋଲିସ୍
କଟକ : ତ୍ରିଶୂଳିଆ ଛକରୁ ଜବତ୍ ହେଲା ଗୋରୁ ମାଂସ ବୋଝେଇ ଗାଡ଼ି | ଦୁଇଟି ଟ୍ରକରୁ ପାଖାପାଖି ଦୁଇ ଟନ୍ ଗୋମାଂସ ଜବତ କଲା ବାରଙ୍ଗ ଥାନା ପୋଲିସ୍ | ଆଜି ଅପରାହ୍ନରେ ଦୁଇଟି ଟ୍ରକ୍ ପଶ୍ଚିମବଙ୍ଗ ଯାଉଥିବା ବେଳେ କଲିଙ୍ଗ ଯୁବ ସେନା ଓ ବଜରଙ୍ଗ ଦଳର ସହ ସ୍ଥାନୀୟ କିଛି ଯୁବକ ମିଶି ଦୁଇଟି ଟ୍ରକକୁ ସନ୍ଦେହ ହେବାରୁ ଅଟକାଇଥିଲେ । ପରେ ଯାଞ୍ଚ୍ ବେଳେ ଟ୍ରକରେ ଗୋମାଂସ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ।
ଟ୍ରକରୁ ପାଖାପାଖି ଦୁଇ ଟନ୍ ଗୋମାଂସ ମିଳିବା ପରେ ଦୁଇଟି ଗୋମାଂସ ବୋଝେଇ ଟ୍ରକକୁ ଅଟକ ରଖିଲେ କଳିଙ୍ଗ ଯୁବ ସେନା ଓ ବଜରଙ୍ଗ ଦଳ। ପରେ ସ୍ଥାନୀୟ ଲୋକେ ବାରଙ୍ଗ ଥାନାକୁ ଖବର ଦେଇଥିଲେ। ଖବର ପାଇ ବାରଙ୍ଗ ଥାନା ପୋଲିସ ଘଟଣା ସ୍ଥଳେ ଥିବା ଦୁଇଟି ଟ୍ରକ୍ ଜବତ୍ କରିବା ସହ ଦୁଇ ଚାଲାଣକାରୀ ଡ୍ରାଇଭରଙ୍କୁ ଅଟକ ରଖି ପଚାଉଚୁରା ଜାରି ରଖିଛି। ତେବେ ରାଜଧାନୀ ଉପକଣ୍ଠ ଏବେ ଗୋରୁ ଓ ଗୋରୁ ମାଂସ ଚାଲାଣର ହବ୍ ପାଲଟିଥିବା ବେଳେ ଏକାଥରେ ଏତେ ପରିମାଣର ଗୋ ମାଂସ ଚାରିଆଡେ ଆଲୋଡ଼ନ ସୃଷ୍ଟି କରିଛି।