(ମନୋଜ କୁମାର ସାହୁ): ରାୟଗଡା ଜିଲ୍ଳା ଆମ ଆଦମୀ ପାର୍ଟିର ଜିଲ୍ଳା ଆବାହକ ଜନ୍ମେଜୟ ସ୍ୱାଇଁଙ୍କ ନେତୃତ୍ୱରେ ପେଟ୍ରୋଲ,ଡିଜେଲ ଓ ରନ୍ଧନ ଗ୍ୟାସର ଦରବୃଦ୍ଧି ପ୍ରତିବାଦରେ ଆଜି ସ୍ଥାନୀୟ କପିଳାଶ ଛକ ଠାରେ ବିକ୍ଷୋଭ ପ୍ରର୍ଦଶନ କରାଯାଇଛି । ଏଥିରେ ପ୍ରଧାନମନ୍ତ୍ରୀ, ପେଟ୍ରୋଲିୟମ ମନ୍ତ୍ରୀଙ୍କ କୁଶପୁତଳିକା ଦାହ କରିବା ସହ ରାଜ୍ୟସରକାର ଭାଟ ହ୍ରାସ ନ କମାଇବାରୁ ମଧ୍ୟ ବିରୋଧ କରାଯାଇଛି । ଏହି ଅବସରରେ ଆମ ଆଦମି ପାର୍ଟିର ଶତାଧିକ କର୍ମୀଙ୍କୁ ନେଇ ଏକ ଶୋଭାଯାତ୍ରା ସହର ପରିକ୍ରମା କରି ସ୍ଥାନୀୟ ଟାଉନହଲ ଠାରେ ଏକ ଯୁବ ସମାବେଶ ଅନୁଷ୍ଠିତ ହୋଇଛି ।