(ଋିପୋର୍ଟସ ଟୁଡେ) : ଧର୍ମଗୁରୁ ଆଶାରାମ୍ ବାପୁ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହେବାପରେ ରାଜସ୍ଥାନର ରାଜ୍ୟପାଳଙ୍କ ନିକଟରେ ଦଣ୍ଡ କୋହଳ ଲାଗି ଆବେଦନ କରିଛନ୍ତି। ରାଜ୍ୟସ୍ଥାନର ରାଜ୍ୟପାଳ କଲ୍ୟାଣ ସିଂଙ୍କ ନିକଟକୁ ସେ ଆବେଦନରେ ଦର୍ଶାଇଛନ୍ତି କି ତାଙ୍କର ବୟସାଧିକ୍ୟ ହେତୁ ଆଜୀବନ କାରାଦଣ୍ଡ ଅତ୍ୟନ୍ତ ନିଷ୍ଠୁର ଦଣ୍ଡ। ଏଣୁ ତାଙ୍କ ଦଣ୍ଡ କୋହଳ କରାଯାଇ ଆଜୀବନ କାରାଦଣ୍ଡରୁ ମୁକ୍ତ କରାଯାଉ। ଆଶାରାମଙ୍କ ଏହି ଆବେଦନକୁ ଗ୍ରହଣ କରି ରାଜସ୍ଥାନ ରାଜ୍ୟପାଳ ଏ ନେଇ ଗୃହ ବିଭାଗର ମତାମତ ଲୋଡ଼ିଛନ୍ତି। ଗୃହ ବିଭାଗ ଏହାକୁ ଯୋଧପୁର ସେଣ୍ଟ୍ରାଲ୍ ଜେଲ୍କୁ ସବିଶେଷ ବିବରଣୀ ଦେବାକୁ ପଠାଇଛି। ଗତ ଏପ୍ରିଲ ୨୫ ତାରିଖରେ ଯୋଧପୁରର ଏକ ଅଦାଲତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଦୋଷୀ ସାବସ୍ତ ହୋଇଥିଲା । ୨୦୧୩ ମସିହା ଅଗଷ୍ଟ ୧୫ ତାରିଖ ଦିନ ନାବାଳିକାଙ୍କୁ ଆଶାରାମ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଆଶାରାମଙ୍କୁ ଏହାପରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା । ଏହି ରାୟର ପୁର୍ନବିଚାର ଲାଗି ଜୁଲାଇ ୨ ତାରିଖରେ ହାଇକୋର୍ଟରେ ଆବେଦନ କରିଥିଲେ। ମାତ୍ର ଏ ଯାଏଁ ମାମଲାର ଶୁଣାଣି ହୋଇନାହିଁ।