ଭାରତ ଛାଡ଼ିବା ନିର୍ଦ୍ଦେଶ ଉପରେ ଲାଗିଲା ସାମୟିକ ରୋକ୍

ବଲିଉଡ ଅଭିନେତା ଇମ୍ରାନ ଖାନଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ଭାରତ ଛାଡ଼ିବା ପାଇଁ ମିଳିଥିବା ନିର୍ଦ୍ଦେଶ ଉପରେ ଲାଗିଛି ସାମୟିକ ରୋକ। ଆଜି ବମ୍ବେ ହାଇକୋର୍ଟ ତାଙ୍କ ଭାରତ ଛାଡ଼ିବା ନିର୍ଦ୍ଦେଶ ଉପରେ ନଭେମ୍ବର ୨ ଯାଏ ରୋକ ଲଗାଇ ଦେଇଛନ୍ତି।

ବିଦେଶୀ ଆଞ୍ଚଳିକ ପଞ୍ଜିକରଣ ଅଫିସ ପକ୍ଷରୁ ମିଳିଥିବା ଭାରତ ଛାଡ଼ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ ଇମ୍ରାନ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହାର ଶୁଶାଣି କରି କୋର୍ଟ ତାଙ୍କୁ ଆଶ୍ୱସ୍ତି ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨ ତାରିଖରେ ହେବ। କେନ୍ଦ୍ର ସରକାର ଇମ୍ରାନଙ୍କ ଆବେଦନ ଉପରେ ଜବାବ ରଖିବାକୁ ଅଧିକ ସମୟ ଲୋଢ଼ିବାରୁ କୋର୍ଟ ଏପରି ନିଷ୍ପତ୍ତି ନେଇଛନ୍ତି।

ଆମେରିକା ନାଗରିକତା ଗ୍ରହଣ କରିଥିବା ଇମ୍ରାନ ଖାନ ନିକଟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଓ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍‌ଆଇଆର ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିଲେ। ସେ ମୁମ୍ବାଇ ଆନ୍ଦୋଳନରେ ସାମିଲ ହୋଇଥିବାରୁ ତାଙ୍କୁ ପୁଲିସ୍‌ ଅଟକ ରଖିଥିଲା।

ଏହାପରେ ଇମ୍ରାନ ଖାନଙ୍କୁ ଅକ୍ଟୋବର ୨୮ ସୁଦ୍ଧ ଦେଶ ଛାଡ଼ିବାକୁ କୁହାଯାଇଥିଲା। ଏହି ସମୟସୀମାର ଦିନ ପୂର୍ବରୁ ଇମ୍ରାନ ଖାନଙ୍କୁ ଆଜି ଆଶ୍ୱସ୍ତି ମିଳିଛି। ସେହିପରି ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଇମ୍ରାନ ଖାନଙ୍କ ବିରୋଧରେ କୌଣସି ପ୍ରକାରର ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିମ୍ବେ ହାଇକୋର୍ଟ।