୧୦୦ କୋଟି ଲାଞ୍ଚ ମାମଲାରେ ପୂର୍ବତନ ଶିକ୍ଷା ମନ୍ତ୍ରୀ ଗିରଫ

୧୦୦ କୋଟି ଲାଞ୍ଚ ମାମଲାରେ ତାମିଲନାଡୁର ପୂର୍ବତନ ଶିକ୍ଷା ମନ୍ତ୍ରୀ ଅନବିଲ ମହେଶ ଗିରଫ । ୧୦୦ କୋଟିର ଲାଞ୍ଚ କାରବାର ମାମଲାରେ ଆଜି ମହେଶଙ୍କୁ ଗିରଫ କରି ଚେନ୍ନାଇ ପୁଲିସର କେନ୍ଦ୍ରୀୟ କ୍ରାଇମବ୍ରାଞ୍ଚ । ବିଭିନ୍ନ ବେସରକାରୀ ସ୍କୁଲକୁ ଲାଇସେନ୍ସ ଓ ଅନ୍ୟ ସବୁ ପ୍ରକାରର ଅନୁମତି ଦେବାକୁ ମହେଶ ଶିକ୍ଷାମନ୍ତ୍ରୀ ଥିବା ବେଳେ ୧୦୦ କୋଟିର ଲାଞ୍ଚ ନେଇଥିଲେ। ଏବେ ଡିଏମକେ କ୍ଷମତାରୁ ଯିବା ପରେ ପୁଲିସ୍‌ ତାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛି।

ସରକାରୀ ଅନୁମୋଦନ ପାଇଁ ଘରୋଇ ସ୍କୁଲ ଗୁଡ଼ିକ ପ୍ରବଳ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ପରେ ସିସିବି ଯାଞ୍ଚ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ୧୭୭ ଘରୋଇ ସ୍କୁଲ ସ୍କାନରକୁ ଆସିଥିଲେ। ଆଉ ଏହାପରେ ପୁଲିସ୍‌ ଆଜି ଲାଞ୍ଚ କାରବାର ମାମଲାରେ ମହେଶଙ୍କୁ ବାନ୍ଧିଛି।

ମହେଶ ହେଉଛନ୍ତି ଡିଏମକେର ଜଣେ ବରିଷ୍ଠ ନେତା। ସେ ଦୁର୍ନୀତିରେ ସିଧାସଳଖ ଲିପ୍ତ ରହିବା ସହ ନିଜ ମନ୍ତ୍ରୀ ପଦରୁ ଦୁରୁପଯୋଗ କରିଥିବା ସିସିବି ଯାଞ୍ଚ ବେଳେ ଜାଣିବାକୁ ପାଇଥିଲା। ବିଭିନ୍ନ ସାକ୍ଷୀଙ୍କ ବୟାନ ଓ ଡିଜିଟାଲ ପ୍ରମାଣ ଆଧାରରେ ପ୍ରଥମେ ମହେଶଙ୍କୁ ପୂରା ଲାଞ୍ଚ କାରବାରର ଅଭିଯୁକ୍ତ ଭାବେ ଦର୍ଶାଯାଇଥିଲା। ତାଙ୍କ ବିରୋଧରେ ଦୁର୍ନୀତି ନିରୋଧ ଆଇନ ଅନୁସାରେ ମାମଲା ମଧ୍ୟ ହୋଇଥିଲା। ଏହାପରେ ଗିରଫଦାରୀ ହୋଇଥିବା ପୁଲିସ କହିଛି। ତେବେ ମହେଶ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି।