ମୋଦୀଙ୍କ ଜନ୍ମ ଦିବସକୁ ‘ସେବା ସପ୍ତାହ ‘ରୂପେ ପାଳନ କରିବ ବିଜେପି

(ସତ୍ୟନାରାୟଣ ପାଲ)ରାଇରଙ୍ଗପୁର: ସେପ୍ଟେମ୍ବର ୧୪ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଭାରତୀୟ ଜନତା ପାର୍ଟି ତରଫରୁ ସାରା ଭାରତରେ’ ସେବା ସପ୍ତାହ ‘ କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।ଏହାକୁ ନେଇ ପଶ୍ଚିମ ମୟୂରଭଞ୍ଜ ସାଂଗଠନିକ ବିଜେପି ତରଫରୁ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ସ୍ଥାନୀୟ ଯାତ୍ରୀ ନିବାସ ପରିସରରେ ଅନୁଷ୍ଠିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ଏହି ସେବା ସପ୍ତାହ ସେପ୍ଟେମ୍ବର ୧୪ ରୁ ୨୦ ତାରିଖ ପର୍ୟ୍ୟନ୍ତ ଚାଲିବ । ରାଜ୍ୟ ଓ ଜିଲ୍ଲା ସ୍ତରୀୟ ଦଳ ତରଫରୁ ବିଭିନ୍ନ କାର୍ୟ୍ୟକ୍ରମ ଯଥା ରକ୍ତଦାନ ଶିବିର,ସ୍ୱାସ୍ଥ୍ୟ ପରୀକ୍ଷଣ,ଚକ୍ଷୁ ଶିବିର,ଡାକ୍ତରଖାନା,ଅନାଥାଶ୍ରମ,ବୃଦ୍ଧାଶ୍ରମରେ ରୋଗୀମାନଙ୍କୁ ଫଳ ବଣ୍ଟନ,ଦିବ୍ୟାଙ୍ଗଙ୍କୁ ଶିକ୍ଷାଦାନ,ଥଇଥାନ,ସମସ୍ତ ଅବହେଳିତଙ୍କୁ ସହାୟତା ଦେବା,ସ୍କୁଲ ଏବଂ ସବୁ ଅଂଚଳରେ ସ୍ବଛତା,ଜଳ ସଂରକ୍ଷଣ,ପ୍ଲାଷ୍ଟିକ ମୁକ୍ତ,ବର୍ୟ୍ୟବସ୍ତୁ ବର୍ଜନ ପାଇଁ ସଚେତନ କରାଯିବ ବୋଲି ଗଣମାଧ୍ୟମକୁ ସୂଚାଇଥିଲେ ।କାର୍ୟ୍ୟକ୍ରମରେ ବିଜେପିର ବରିଷ୍ଠ ନେତା କୃପାସିନ୍ଧୁ ମହାନ୍ତ,ମନୋଜ ଦାସ,ପ୍ରଦୀପ ରାଉତ,ଜୁରିଲାଲ ମହାନ୍ତ,ଆଲୋକ ମହାନ୍ତ ପ୍ରମୁଖ ଯୋଗ ଦେଇଥିଲେ ।