ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ସନ୍ଧ୍ୟାରେ ହୀରାକୁଦରେ ବର୍ଷା ଜଳ ନିଷ୍କାସନ ପାଇଁ ଖୋଲିଲା ୨୦ଟି ଗେଟ । ଦରକାର ପଡିଲେ ଆହୁରି ମଧ୍ୟ ଗେଟ ଖେଲା ଯିବ । ପୂର୍ବରୁ ୧୮ଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ଆଉ ୨ଟି ଗେଟ ଖୋଲା ଯାଇଥିଲା । ଶନିବାର ରାତି ସୁଦ୍ଧା ୧୨ଟା ଗେଟ ଖୋଲା ଥିଲା । ସେହି ସମୟରେ ହୀରାକୁଦ ଜଳସ୍ତର ୬୨୫. ୬୭ ଫୁଟ ଥିଲା । ପରେ ୮ଟି ଗେଟ ଖୋଲା ଯାଇଛି । ପାୱାର ଚାନେଲରେ ୧୮,୪୪୯ କ୍ୟୁସେକ୍, ବିଭିନ୍ନ କେନାଲରେ ୨,୧୭୮ କ୍ୟୁସେକ୍ ଓ ଶିଳ୍ପସଂସ୍ଥା ପାଇଁ ୧୭୦ କ୍ୟୁସେକ୍ ପାଣି ଛଡ଼ା ଯାଉଥିଲା। ଜଳଭଣ୍ଡାର ମଧ୍ୟକୁ ୨,୧୪,୦୯୩ କ୍ୟୁସେକ୍ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ସମାନ ପରିମାଣର ଜଳ ନିଷ୍କାସିତ ହେଉଥିଲା।