ଆର୍ଥିକ ସୁଧାର: ମୋଦିଙ୍କୁ ମନମୋହନଙ୍କ ଗୁରୁମନ୍ତ୍ରୀ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଉଦାରୀକରଣ, ଘରୋଇକରଣ ଏବଂ ଜଗତିକରଣର ନୀତିଗୁଡିକ ଉପରେ ପର୍ୟ୍ୟବେଶିତ ଆର୍ଥିକ ସୁଧାରକୁ ନେଇ ଭାରତ ୫ ହଜାର ବିଲିୟନ ଡଲାରର ଅର୍ଥବ୍ୟବସ୍ଥାରେ ପହଂଚି ପାରିବ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ । ସେ ଏହି ଗୁରୁମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ । ମୋଦିଙ୍କ ଲକ୍ଷ୍ୟ ରହିଛି ଦେଶକୁ ୫ ହଜାର ବିଲିୟନ ଡଲାର ଅର୍ଥବ୍ୟବସ୍ଥାରେ ପହଂଚାଇବା । ଜୟପୁରରେ ଏକ କାର୍ୟ୍ୟକ୍ରମରେ ଯୋଗଦେବା ଅବସରରେ ସିଂହ ଏହା କହିଛନ୍ତି।
ସେ ଆହୁରି କହିଛନ୍ତି, ଦେଶରେ ମାନ୍ଦାବସ୍ଥା ଦେଖା ଦେଇଛି । ଜିଡିପି ଦରରେ ହ୍ରାସ ଦେଖାଦେଇଛି । ଚାଷୀକୁଳ ସଂକଟରେ। ବ୍ୟାଙ୍କିଂ ପ୍ରଣାଳୀ ବି ବିଗିଡି ଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଭାରତକୁ ୫ ହଜାର ବିଲିୟନ ଡଲାରର ଆର୍ଥିକସ୍ଥିତି ସୃଷ୍ଟି କରିବା ପାଇଁ ଏକ ଉନ୍ନତମାନର ରଣନୀତିର ଆବଶ୍ୟକତା ରହିଛି । ସରକାରଙ୍କୁ ଟ୍ୟାକ୍ସ ଆତଙ୍କବାଦ ରୋକିବା ଦରକାର, ଭିନ୍ନ ଭିନ୍ନ ବିଚାରକୁ ସମ୍ମାନ କରିବା ଉଚିତ ଏବଂ ତୃଣମୂଳ ସ୍ତରରେ ସନ୍ତୁଳନ ରକ୍ଷାକରିବାକୁ ହେବ ।