ଋିପୋର୍ଟରସ ଟୁଡେ(ସୋମ୍ୟାଶ୍ରୀ ମହାନ୍ତି): ଆଜି ତେଲେଙ୍ଗାନାର ଦ୍ୱିତୀୟ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କଲେ ଡକ୍ଟର ତାମିଲିସାଇ ସୌନ୍ଦରରାଜନ । ତାମିଲିସାଇ ତାମିଲନାଡୁର ବିଜେପି ସଭାନେତ୍ରୀ ଅଛନ୍ତି । ଆଜି ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ରାଘବେନ୍ଦ୍ର ସିଂହ ଚୌହାନ ତାମିଲିସାଇଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ଏଥିପାଇଁ ରାଜଭବନରେ ଏକ ଛୋଟ ଉତ୍ସବର ଆୟୋଜନ କରାଯାଇଥିଲା । ଶପଥ ନେବାପରେ ତାମିଲିସାଇ ପିତାମାତାଙ୍କ ଚରଣ ଛୁଇଁ ଆର୍ଶୀବାଦ ନେଇଥିଲେ । ଏହି ଶପଥଗ୍ରହଣ ଉସବରେ ବହୁ ମାନଗନ୍ୟ ବ୍ୟକ୍ତି ତଥା ରାଜନେତା ଯୋଗ ଦେଇଥିଲେ । ପୂରା ପରିବାର ସହିତ ତାମିଲିସାଇ ହାଇଦ୍ରାବାଦର ବେଗମପେତ ବିମାନ ବନ୍ଦରରେ ଅବତରଣ କରିଥିଲେ । ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ତାଙ୍କୁ ସ୍ୱାଗତ ଜଣାଇଥିଲେ ।