ଡଙ୍ଗା ବୁଡି ୪ ନିଖୋଜ

ଋିପୋର୍ଟରସ ଟୁଡେ(ସର୍ବେଶ୍ୱର ପାତ୍ର): ଗତକାଲି ରାତିରେ ଡଙ୍ଗା ବୁଡି ୪ ଜଣ ନିଖୋଜ ଥିବା ଅଭିଯୋଗ ହୋଇଛି । ଖବର ଅନୁସାରେ ଢେଙ୍କାନାଳର ବ୍ରାହ୍ମଣୀ ନଦୀରେ ଡଙ୍ଗାଟି ବୁଡି ଯାଇଥିବା ଜଣାପଡିଛି । ଡଙ୍ଗାଟି ମୋଟଙ୍ଗା ଥାନା ଖଡଗପ୍ରସାଦ ଘାଟରୁ ପରଜଙ୍ଗ ଥାନା କୁନନ୍ଦେଇପୁୁର ଘାଟକୁ ଯାଉଥିଲା । ଡଙ୍ଗାରେ ସମୁଦାୟ ୯ ଜଣ ଲୋକ ଥିଲେ । ନଦୀରେ ଗଲା ବେଳେ ହଠାତ ମଝି ନଦୀରେ ଡଙ୍ଗାଟି ବୁଡି ଯାଇଥିଲା । ଅଧିକ ଓଜନ କାରଣରୁ ଡଙ୍ଗାଟି ବୁଡି ଯାଇଥିବା ସନ୍ଦେହ କରାଯାଉଛି । ବୁଡି ଯାଇଥିବା ଲୋକଙ୍କ ମଧ୍ୟରେ ସାତ ଜଣ ଯାତ୍ରୀ ଥିବା ବେଳେ ଦୁଇ ଜଣ ନାଉରିଆ । ସେମାନଙ୍କ ମଧ୍ୟରୁ ପାଂଚ ଜଣ ପହଁରି କୁନଦେଇପୁର ଘାଟରେ ପଂହଚି ଯାଇଥିଲେ ମଧ୍ୟ ଅନ୍ୟ ଚାରି ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି । ଘଟଣା ବିଷୟରେ ଖବର ପାଇ ଅଗ୍ନିଶମ ବିଭାଗ ପଂହଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଅତିରିକ୍ତ ଜିଲ୍ଲାପାଳ, କାମାକ୍ଷାନଗର ଉପଜିଲ୍ଲାପାଳ, ପରଜଙ୍ଗ ତହସିଲଦାର ପ୍ରମୁଖ ଘଟଣାସ୍ଥଳରେ ପଂହଚି ତଦାରଖ କରୁଛନ୍ତି । ନିଖୋଜଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳି ପାରି ନାହିଁ ।