ଅଚିହ୍ନା ବ୍ୟକ୍ତିର ଝୁଲନ୍ତା ଶବ ଉଦ୍ଧାର

(ଜୟନ୍ତ ସେଠୀ) ଗୋପ: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ହରିରାଜପୁର ଫାଣ୍ଡି ଅଧିନ ଗୋଡିପୁଟ ମାଟିଆପଡା ପଞ୍ଚାୟତର ହରିପୁର ଷ୍ଟେସନ ନିକଟ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଅଚିହ୍ନା ବ୍ୟକ୍ତିର ଶବକୁ ଶନିବାର ପୁଲିସ ଜବତ କରିଛି । ଲୁଙ୍ଗି ଗଞି ପିନ୍ଧି ଗଛ ଡାଳରେ ଗାମୁଛା ବେକରେ ଲଗାଇ ଓହଳିଥିବାର ଦେଖାଯାଇଥିଲା ସୁଚନା ସକାଳେ କିଛି ଲୋକମାନେ ସେହି ବାଟ ଦେଇ ବିଲକୁ ଯିବା ସମୟରେ ଗଛ ଡାଳରେ ଓହଳିଥିବା ଦେଖିଥିଲେ । ଏହି କଥା ପ୍ରସାର ହେବାପରେ ଲୋକମାନେ ସେଠାରେ ଜମା ହେବା ସହ ହରିରାଜପୁର ଫାଣ୍ଡିକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳେ ହରିରାଜପୁର ଫାଣ୍ଡି ପୋଲିସ ପହଞ୍ଚି ଏକ ଅପମୃତ୍ୟୁ ମାମଲା ୮/୧୯ରେ ରୁଜ କରି ଥିଲେ । ବ୍ୟବଛେଦ ପାଇଁ ପୁରୀ ପଠାଇବା ସହ ଫାଣ୍ଡି ଅଧିକାରୀ ପ୍ରକାଶ ମଲ୍ଲିକ ତଦନ୍ତ ଜାରି ରଖିଥବା ଜଣାପଡିଛି ।