(ମମତା ସାମଲ)ରିପୋର୍ଟସଟୁଡେ: ଆଜି ଶ୍ରୀମନ୍ଦିରରେ ପାଳିତ ହେଉଛି ବଳଭଦ୍ର ଜନ୍ମ ଓ ରକ୍ଷା ବନ୍ଧନ ଉତ୍ସବ । ଭଉଣୀ ସୁଭଦ୍ରା ଏହି ଅବସରରେ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ । ଏଥିପାଇଁ ପାଟପା ବିଷୋୟୀ ସେବାୟତ ରଙ୍ଗବେରଙ୍ଗ ବାସୁଙ୍ଗୀରେ ପାଟରେ ପ୍ରସ୍ତୁତ କରିଛନ୍ତି ୪ଟି ରାକ୍ଷୀ । ଏହାସହ ୫୪ଟି ଗୁଆମାଳ ପାଇଁ ମହାପ୍ରଭୁଙ୍କୁ ଲାଗି କରାଯିବ। ଏହାବ୍ୟତୀତ ଶ୍ରୀମନ୍ଦିରରେ ପାଳିତ ହେବ ବଳଭଦ୍ର ଜନ୍ମ ନୀତି। ଏହି ଅବସରରେ ଶ୍ରୀସୁଦର୍ଶନଙ୍କୁ ମାର୍କଣ୍ଡ ପୁଷ୍କରିଣୀକୁ ନିଆଯିବ। ସେଠାରେ ଏକ ମାଟିର ପିତୁଳା ପ୍ରସ୍ତୁତ କରାଯାଇ ବଳଭଦ୍ରଙ୍କ ଜନ୍ମ ନୀତି ଅନୁଷ୍ଠିତ ହେବ। ସେବାୟତଙ୍କ ଦ୍ୱାରା ଜନ୍ମନୀତି ସହ ଶୀତଳ ଭୋଗ, ମଣୋହୀ କରାଯାଇ ମାଟି ପିତୁଳାକୁ ବିସର୍ଜନ କରାଯିବ।