(ମମତା ସାମଲ)ରିପୋର୍ଟସଟୁଡେ: ପୋଟଳ ଏକ ଭଲ ପରିବା, ଯାହାକି ସ୍ୱାସ୍ଥ୍ୟ ଲାଗି ଅତ୍ୟନ୍ତ ଲାଭପ୍ରଦ। ତେବେ ପୋଟଳରେ ଭିଟାମିନ୍ ଏ,ବି ଓ୍ଵାନ୍,ବି ଟୁ ଏବଂ ଭିଟାମିନ୍ ସି ଆଦି ବହୁଳ ମାତ୍ରାରେ ରହିଥିବା କାରଣରୁ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇ ରୋଗ ଦାଉରୁ ଲଢିବାରେ ସାହାଯ୍ୟ କରିଥାଏ। ଏଥିସହିତ ଏଥିରେ ଆଣ୍ଟି ଅକ୍ସିଡେଣ୍ଟ୍ସର ମାତ୍ରାଧିକ ପରିମାଣ ହେତୁ ଗ୍ୟାସ୍ ଜନିତ ସମସ୍ୟାରୁ ରକ୍ଷା କରିବା ପାଇଁ ବି ଏହା ଅତ୍ୟନ୍ତ ଉପକାରୀ ଅଟେ। ଏତଦବ୍ୟତୀତ ପୋଟଳ ଆମର କି କି ଉପକାର କରିଥାଏ ଆସନ୍ତୁ ଜାଣିବା …
୧-ପୋଟଳ ଖାଇଲେ ଆମ ଶରୀରର ହାଡ଼ ସୁସ୍ଥ ରହିବା ସହିତ କଫଜନିତ ସମସ୍ୟାକୁ ମଧ୍ୟ ଦୂର ହୋଇଥାଏ।
୨-ରକ୍ତ ସଫା କରିବାରେ ବି ବେଶ୍ ସହାୟକ ହୋଇଥାଏ ପୋଟଳ।
୩-ତେବେ ପୋଟଳରେ ଫାଇବରର ମାତ୍ରା ଅତ୍ୟଧିକ ରହିଥିବା ଯୋଗୁଁ ,ଏହା ଆମ ହଜମ କ୍ରିୟାରେ ସହାୟକ ହେବା ସାଂଗକୁ ଗ୍ୟାସ୍ ଜନିତ ସମସ୍ୟାକୁ ମଧ୍ୟ ଦୂର କରିଥାଏ।
୪- ଏହା କୋଷ୍ଠକାଠିନ୍ୟ ସମସ୍ୟାକୁ ବି ଦୂର କରିଥାଏ ।
ସାଧାରଣତଃ ୧୦୦ ଗ୍ରାମ୍ ପୋଟଳର ଚୋପାରେ ୨୪ କ୍ୟାଲୋରି ରହିଥାଏ ଏବଂ ଏଥିରେ ମ୍ୟାଗ୍ନେସିଅମ୍,ପୋଟାସିଅମ୍,ଫସ୍ଫରସ୍ ଆଦି ଭରପୂର ମାତ୍ରାରେ ଥାଏ। ଆୟୁର୍ବେଦ ଅନୁଯାୟୀ ପୋଟଳ ଖାଇଲେ ତ୍ୱଚାଜନିତ ସମସ୍ୟା,ଥଣ୍ଡାଜନିତ ସମସ୍ୟା ଏବଂ କୋଷ୍ଠକାଠିନ୍ୟଜନିତ ସମସ୍ୟା ଆଦି ଦୂର ହୋଇଥାଏ।