ପୁଣି ମାଡି ଆସୁଛି ବର୍ଷା

( ଭୁବନେଶ୍ୱର) : ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହୋଇଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୧୬ଟି ଜିଲ୍ଲାରେ ପ୍ରବଳ ବର୍ଷା ହେବ । ଦକ୍ଷିଣ ଓ ପଶ୍ଚିମ ଓଡିଶାର କେତେକ ସ୍ଥାନରେ ଭୀଷଣ ବର୍ଷା ହେବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ପଶ୍ଚିମ ଓ ଉତ୍ତର ଦିଗରେ ଗତି କରୁଛି। କିନ୍ତୁ ଏହା ପ୍ରଭାବରେ ୪୮ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ବିଶେଷକରି ମାଲକାନଗିରି, କୋରାପୁଟ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ବଲାଙ୍ଗୀର, ଗଞ୍ଜାମ, ଗଜପତି, ପୁରୀ, ନୂଆପଡ଼ା, ନବରଙ୍ଗପୁର, ସମ୍ବଲପୁର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତିରେ ଭୀଷଣ ବର୍ଷା ହେବ। ଏହି ସମୟରେ ପଶ୍ଚିମ ଓ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାର ପୁରୀ ଓ ଖୋର୍ଦ୍ଧାରେ ପ୍ରବଳ ବର୍ଷା ହେବାର ଆଶଙ୍କା ଅଛି। ପଶ୍ଚିମ ଓଡ଼ିଶାରେ ଭୀଷଣ ବର୍ଷା ହୋଇପାରେ।