ରିଲିଫ୍‌ରେ ଅନିୟମିତତା ଅଭିଯୋଗ : ଲୋକଙ୍କ ରାସ୍ତାରୋକ

(ରିପୋର୍ଟସ ଟୁଡ଼େ / ଭୁବନେଶ୍ୱର ) : ବାତ୍ୟା ‘ଫୋନି’କୁ ଏହି ମଧ୍ୟରେ ୧୦ ଦିନ ବିତିଯାଇଛି । ହେଲେ ପ୍ରଭାବିିିିିତ ଲୋକଙ୍କୁ ଏ ଯାଏଁ ରିଲିଫ ନ ମିଳିବା ନେଇ ଚାରିଆଡ଼େ ଅଭିଯୋଗ ଯୋର ଧରିବାରେ ଲାଗିଛି । ଲୋକଙ୍କୁ ବଣ୍ଟା ଯାଉଥିବା ରିଲିଫ୍‌ରେ ଅନିୟମିତତା କରାଯାଉଥିବା ନେଇ ଅଭିଯୋଗ ହୋଇଛି । କଟକ ଜିଲ୍ଲା ତିଗିରିଆ ବ୍ଲକ ବିନ୍ଧାଣିମା ଗ୍ରାମର ଲୋକମାନେ ଏହି ଅଭିଯୋଗ ଆଣିଛନ୍ତି । ଯାହାର ପ୍ରତିବାଦ କରି ଗ୍ରାମବାସୀ ରାସ୍ତା ଅବରୋଧ କରିଛନ୍ତି ।
ବାତ୍ୟା ବିପନ୍ନଙ୍କୁ ସରକାରଙ୍କ ତରଫରୁ ଦିଆଯାଉଥିବା ରିଲିଫ୍‌ ବଣ୍ଟନରେ ଅନିୟମିତତା କରାଯାଉଥିବା ନେଇ ବିନ୍ଧାଣିମା ଗାଁ ବାସିନ୍ଦା ଅଭିଯୋଗ କରିଛନ୍ତି । ଏ ନେଇ ସରପଞ୍ଚକୁ ପଚରା ଯିବାରୁ ସେ ଲୋକମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଯାହାର ପ୍ରତିବାଦ କରି ଲୋକମାନେ ୬୫ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି । ଫଳରେ ନରସିଂହପୁର ଓ ଆଠଗଡ଼ ମଧ୍ୟରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଁଚି ଲୋକଙ୍କୁ ବୁଝାସୁଝା କରୁଛି ।