(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ଫନି’ଭୟଙ୍କର ରୂପ ନେଇଛି । ଫନି ଶୁକ୍ରବାର ସନ୍ଧ୍ୟା ୫ଟା ୩୦ରେ ପୁରୀରେ ସ୍ଥଳଭାଗ ଛୁଇଁବ । ଗୋପାଳପୁର ଓ ଚାନ୍ଦବାଲି ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ‘ଫୋନି’ । ଏହି ସମୟରେ ପବନର ବେଗ ୧୭୦ରୁ ୨୦୦ କିମି ରହିବା ପୂର୍ବାନୁମାନ କରାଯାଉଛି । ଏହାକୁ ନଜରରେ ରଖି ଦେଶର ଉପକୂଳ ଅଂଚଳରେ ଥିବା ବିମାନବନ୍ଦରକୁ ଆଲର୍ଟ କରାଯାଇଛି ।
ଉପକୂଳ ଅଂଚଳରେ ଥିବା ସମସ୍ତ ବିମାନବନ୍ଦରକୁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଆଲର୍ଟ ରହିବାକୁ କୁହାଯାଇଛି । ଏହାସହ ସମସ୍ତ ପ୍ରକାର ପ୍ରତିଷେଧମୂଳକ ବ୍ୟବସ୍ଥା ଏବଂ ଏସଓପି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସୂଚନାଯୋଗ୍ୟ କି, ବାତ୍ୟା ଫୋନି ବର୍ତମାନ ଓଡିଶା ଉପକୂଳରୁ ୪୦୦ କିମି ଦୂରରେ ରହିଛି । ଏହାକୁ ନଜରରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।