(ରିପୋର୍ଟସ ଟୁଡ଼େ)ବାରାଣସୀ : ଉତ୍ତର ପ୍ରଦେଶ ଜୋନପୁରଠାରେ ଅକ୍ସିଜେନ ସିଲିଣ୍ଡର ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୫ ଜଣଙ୍କର ମୃତ୍ୟୁ ହୋଇଛିି ଏବଂ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଜଗଦୀଶପୁର ରେଳବାଇ କ୍ରସିଂ ପାଖରେ ଏହି ଦୁର୍ଘଟଣା ଘଟିଛି । ଏଠାରେ ଥିବା ଏକ ମେଡିକାଲ ସାମଗ୍ରୀ ଓ ଅକ୍ସିଜେନ ସିଲିଣ୍ଡର ଦୋକାନରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଘରଟି ଭୁଶୁଡ଼ି ଯାଇଛି ଫଳରେ ଦୋକାନଭିତରେ ବହୁ ଲୋକ ରହି ଯାଇଥିଲେ । ପ୍ରାୟ ୧୦ ଜଣଙ୍କୁ ଏହା ଭିତରୁ ଉଦ୍ଧାର କରାଯାଇଛି । ଏବେବି ଉଦ୍ଧାର କାର୍ୟ୍ୟ ଚାଲିଛି ।