ଭାରତ ଆଗରେ ୨୭୩ର ବିଜୟ ଲକ୍ଷ୍ୟ

(ରିପୋର୍ଟସ ଟୁଡ଼େ)ଦିଲ୍ଲୀ : ଆଜି ଫିରୋଜ ଶାହା କୋଟଲା ଷ୍ଟାଡ଼ିୟମ ଠାରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପଞ୍ଚମ ଦିନିକିଆ ତଥା ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯାଇଛି । ଟସ ଜିତି ପ୍ରଥମେ କଙ୍ଗାରୁ ଦଳ ବ୍ୟାଟିଂ କରିଥିଲା । ଉସମାନ ଖାଓ୍ଵଜାଙ୍କ ଦ୍ଵିତୀୟ ଶତକ ଓ ପିଟର ହ୍ୟାଣ୍ଡସ୍କମ୍ବଙ୍କ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୫୦ ଓଭରରେ ୯ ଓ୍ଵିକେଟ୍ ହରାଇ ୨୭୨ ରନ କରିଛି। ଏହି ମ୍ୟାଚ୍ ଜିତି ସିରିଜ୍ ହାତେଇବା ପାଇଁ ଭାରତ ସମ୍ମୁଖରେ ରହିଛି ୨୭୩ ରନର ବିଜୟ ଲକ୍ଷ୍ୟ। ଅଷ୍ଟ୍ରେଲିଆ ପକ୍ଷରୁ ଉସମାନ ଖାଓ୍ଵଜା ୧୦୦ ଏବଂ ପିଟର ୫୨ ରନ କରିଛନ୍ତି। ଭାରତ ପକ୍ଷରୁ ଭୁବନେଶ୍ଵର କୁମାର ସର୍ବାଧିକ ୩ ଏବଂ ମହମ୍ମଦ ସାମି ଓ ରବିନ୍ଦ୍ର ଜାଡ଼େତା ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।