ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କ ପରଲୋକ

ଉତ୍ତର ପ୍ରଦେଶ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କ ପରଲୋକ । ୯୧ ବର୍ଷ ବୟସରେ ସାବିତ୍ରୀ ଦେବୀ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଉତ୍ତରାଖଣ୍ଡର ପୌରୀ ଗରହୱାଲ ସ୍ଥିତ ପାଞ୍ଚୁର ସ୍ଥିତ ଆଦିତ୍ୟନାଥଙ୍କ ପୈତୃକ ଗାଁରେ ସାବିତ୍ରୀ ଦେବୀ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସ୍ଥାନୀୟ ଏସ୍‌ପି ସର୍ବେଶ ପାନୱର ଗଣମାଧ୍ୟମ ଆଗରେ ସାବିତ୍ରୀ ଦେବୀଙ୍କ ଦେହାନ୍ତ ଖବରକୁ ନିଶ୍ଚିତ କରିଛନ୍ତି।
ଆଜି ସାବିତ୍ରୀ ଦେବୀଙ୍କ ଦେହାନ୍ତ ହୋଇଥିବା ବେଳେ ଆସନ୍ତାକାଲି ହରିଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ।

ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଘଟଣାରେ ଗଭୀର ଶୋଭ ପ୍ରକାଶ କରିଛନ୍ତି। ସେ ଏକ୍ସରେ ସାବିତ୍ରୀ ଦେବୀଙ୍କ ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ “ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମା’ ସାବିତ୍ରୀ ଦେବୀଙ୍କ ଦେହାନ୍ତ ଖବର ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ।

ମା’ଙ୍କ ସ୍ନେହ, ଆଶୀର୍ବାଦ ଓ ମମତା ଜୀବନର ଅମୂଲ୍ୟ ରତ୍ନ। ମା’ଙ୍କ ଦେହାନ୍ତ ପରିବାର ପାଇଁ ଗୋଟିଏ ଅପୂରଣୀୟ କ୍ଷତି। ଦିବଂଗତ ପୁଣ୍ୟ ଆତ୍ମାକୁ ବାବା କେଦାରନାଥ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଓ ଆଦିତ୍ୟନାଥଙ୍କ ସମେତ ପରିବାରର ସମସ୍ତ ସଦସ୍ୟଙ୍କୁ ଏହି ଦୁଃଖ ସହିବାର ଶକ୍ତି ପ୍ରଦାନ କରନ୍ତୁ। ଓମଃ ଶାନ୍ତି।