ଭାରତୀୟ ବ୍ୟାଡମିଣ୍ଟନ ତାରକା ଲକ୍ଷ୍ୟ ସେନ୍ଙ୍କ ଚମକ ଜାରି । ଦୁଇ ସପ୍ତାହରେ ଲଗାତାର ଦ୍ୱିତୀୟ ବିଡବ୍ଲ୍ୟୁଏଫ୍ ଟୁର୍ ଟାଇଟଲ୍ ହାତେଇଛନ୍ତି ଲକ୍ଷ୍ୟ । ରବିବାର ଜାପାନ ମାଷ୍ଟର୍ସର ପୁରୁଷ ଏକକ ଫାଇନାଲ୍ରେ ଘରୋଇ ଖେଳାଳି କୋକି ୱାତାନାବେଙ୍କୁ ପରାସ୍ତ କରି ଚାମ୍ପିୟନ ହୋଇଛନ୍ତି ସେ ।

ଫାଇନାଲ୍ରେ ଲକ୍ଷ୍ୟ ୧୩-୨୧, ୨୧-୧୮ ଓ ୨୧-୧୪ ଗେମ୍ରେ ୱାତାନାବେଙ୍କୁ ହରାଇଥିଲେ । ପ୍ରଥମ ଗେମ୍ରେ ପରାଜୟ ପରେ ଦମ୍ଦାର ପ୍ରତ୍ୟାବର୍ତ୍ତନ କରିଥିଲେ ଭାରତୀୟ ଷ୍ଟାର୍ । ପରବର୍ତ୍ତୀ ଦୁଇଟି ଗେମ୍କୁ ନିଜ ନାମରେ କରି ମାତ୍ର ୧ ଘଣ୍ଟା ୪ ମିନିଟ୍ରେ ମ୍ୟାଚ୍ ଶେଷ କରିଥିଲେ ।
ଏହା ପୂର୍ବରୁ ଗତ ସପ୍ତାହରେ ହାଇଲୋ ଓପନ୍ ଟାଇଟଲ୍ ଜିତିଥିଲେ ଲକ୍ଷ୍ୟ । ଏବେ ଜାପାନ ମାଷ୍ଟର୍ସ ଟ୍ରଫି ସହ ତାଙ୍କ ବିଜୟ ଧାରା ଆହୁରି ମଜଭୁତ ହୋଇଛି । ଏହି ବିଜୟ ସହ ଚଳିତ ବର୍ଷର ଶେଷ ବିଡବ୍ଲ୍ୟୁଏଫ୍ ପ୍ରତିଯୋଗିତା ବିଶ୍ୱ ଟୁର୍ ଫାଇନାଲ୍ସ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି ଲକ୍ଷ୍ୟ ।