ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ, ଯଶିପୁର ଓ ଗୋପାଳପୁର କ୍ଲଷ୍ଟର ରେ ଶିଶୁ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ର ବିକାଶ ଉଦ୍ଦେଶ୍ୟରେ “ସୁରଭି ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ କୁମ୍ଭକାର ଓ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀଣୀ ତ୍ରିପୁରା ପଲ୍ଲାଇ ଯୋଗଦାନ କରି କାର୍ଯ୍ୟକ୍ରମ କୁ ଉତ୍ସାହିତ କରିଥିଲେ | ସୁରଭି କାର୍ଯ୍ୟକ୍ରମ ହେବା ଫଳରେ ଛାତ୍ରଛାତ୍ରୀ ମାନଙ୍କର ଲୁକ୍କାୟିତ ପ୍ରତିଭା ର ପରିପ୍ରକାଶ ସହ ସେମାନଙ୍କ ମଧ୍ୟରେ ସୃଜନଶୀଳତା, ଆତ୍ମବିଶ୍ୱାସ ଓ ପ୍ରତିଯୋଗିତା ମୂଳକ ମନୋଭାବ ବୃଦ୍ଧି କରିବାର ଏକ ଉତ୍ତମ ମାଧ୍ୟମ | ବିଭିନ୍ନ କ୍ଲଷ୍ଟର ରେ ଏହି କାର୍ଯ୍ୟକ୍ରମ ଆୟୋଜନ ହେବା ଦ୍ୱାରା ଛାତ୍ରଛାତ୍ରୀ ଙ୍କ ପ୍ରତିଭାକୁ ଚି଼ହ୍ନଟ କରିବା ସହ ସେମାନଙ୍କୁ ଆହୁରି ଆଗକୁ ବଢିବା ପାଇଁ ସୁଯୋଗ ମିଳିପାରିଛି | ମତୋ କ୍ଲଷ୍ଟର ସିଆରସିସି ବୀର ନାରାୟଣ ଦାଶ, ଯଶିପୁର କ୍ଲଷ୍ଟର ସିଆରସିସି ଭାସ୍କର ଚନ୍ଦ୍ର ଦାସ ଏବଂ ଗୋପାଳପୁର କ୍ଲଷ୍ଟର ସିଆରସିସି ତପନ ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଏହି କାର୍ଯ୍ୟକ୍ରମ ସଫଳ ହୋଇଥିବା ବେଳେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅବିଭାବକ ମାନଙ୍କ ସହଯୋଗ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି |