ବ୍ଲାକମେଲରଙ୍କ ବଡ଼ ଖେଳ, ପରବର୍ତ୍ତୀ ପାଳି କାହାର?

ସୁଧୁରୁ ନାହାନ୍ତି ବ୍ଲାକମେଲର ସୁଧାଂଶୁ ଶେଖର ରାଉତ। ଅନେକ ଥର ଜେଲ୍ ଗଲା ପରେ ମଧ୍ୟ ସୁଧାଂଶୁଙ୍କ ଚରିତ୍ର ଓ ଅପରାଧିକ ମାନସିକତାରେ କୌଣସି ପରିବର୍ତ୍ତନ ଆସିନାହିଁ। ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ବହୁ ବଡବଡିଆଙ୍କୁ ଟାର୍ଗେଟ କରି ଅର୍ଥ ଆଦାୟ କରିବା ସହ ଦାବି ମୁତାବକ ଟଙ୍କା ନମିଳିଲେ ମାରପିଟ୍ ଓ ବନ୍ଧୁକ ମୁନରେ ଧମକ ଦେଉଥିବା ଅଭିଯୋଗ ହୋଇଛି। ସେହିଭଳି ଏକ ଘରୋଇ ବସ୍ ମାଲିକ ମଧ୍ୟ ଏଥିରୁ ବାଦ୍ ପଡିନାହାନ୍ତି । ବସ୍ ମାଲିକ ମିଲନ ବିଶ୍ୱାଳଙ୍କୁ ୍ଟଙ୍କା ଲେଣଦେଣ କରିବାକୁ ନିଜ ଅଫିସକୁ ଡାକି ମାରପିଟ୍ କରିବା ପରେ ବନ୍ଧୁକ ଦେଖାଇ ଧମକ ଦେବା ଏବଂ ତାଙ୍କ ଇସାରରାରେ ନ ଚାଲିଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ସୁଧାଂଶୁ । ଏନେଇ ମିଲନ ବିଶ୍ୱାଳ ଖଣ୍ଡଗୁରି ଥାନାରେ ଅଭିଯୋଗ କରିବାରୁ ପୋଲିସ ସୁଧାଁଶୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ପୂର୍ବରୁ ସୁଧାଂଶୁ ଙ୍କ ନାଁରେ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ବ୍ଲାକମେଲ କରିବା ଧମକ ଦେବା ଅଭିଯୋଗରେ କ୍ୟାପିଟାଲ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା । ଏହା ପରେ ଫେରାର ହୋଇଯାଇଥିଲେ ସୁଧାଂଶୁ । ପରେ ଗିରଫ ହୋଇ କିଛି ଦିନ ଜେଲ ରେ ରହିବା ପରେ ଜାମିନରେ ମୁକୁଳିଥିଲେ ।

ଏହି ବ୍ଲାକମେଲିଂ କାରବାରରେ ସୁଧାଂଶୁଙ୍କ ସହଯୋଗୀ ସାଜିଛନ୍ତି ତଥାକଥିତ ସମାଜସେବୀ ଶୁଭଲକ୍ଷ୍ମୀ ରାଉତ। ଏହି ଦୁଇଜଣ ରାଜଧାନୀର ‘ବଣ୍ଟି-ବବଲି’ ସାଜି ଅନେକ ଲୋକଙ୍କୁ ମିଛ ନାରୀ ନିର୍ୟାତନା ମାମଲାରେ ଫସାଇ ମାଲେମାଲ ହେଉଛନ୍ତି। ତମାଣ୍ଡୋ ଥାନାରେ ମିଛ ଅଭିଯୋଗ ଦାଖଲ କରି ଶୁଭଲକ୍ଷ୍ମୀ ନାଲିଆଖି ଦେଖାଉଥିବା ବେଳେ ଏହି ନେଟୱାର୍କ ଜରିଆରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମ୍ମାନରେ ଦାଗ ଲଗାଯାଉଛି। ସୁଧାଂଶୁଙ୍କ ଚରିତ୍ରକୁ ନେଇ ପୂର୍ବରୁ ମଧ୍ୟ ଅନେକ ବିବାଦ ସୃଷ୍ଟି ହୋଇଛି। କିଛିଦିନ ତଳେ ନିଜ ମହିଳା କର୍ମଚାରୀଙ୍କ ସହ ତାଙ୍କର ଅନ୍ତରଙ୍ଗ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଥିଲା। ଏହି ଘଟଣାକୁ ନେଇ ସୁଧାଂଶୁଙ୍କ ସ୍ତ୍ରୀ ଓ ଝିଅ ତାଙ୍କୁ ରାସ୍ତାରେ ଘୋଷାଡ଼ି ମାଡ଼ ମାରିଥିବା ବେଳେ ଶୁଭଲକ୍ଷ୍ମୀ ମଝିରେ ପଶି ସ୍ତ୍ରୀ ଓ ଝିଅଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରି ବିବାଦକୁ ଆହୁରି ବଢ଼ାଇଥିଲେ।

ଶୁଭଲକ୍ଷ୍ମୀ ବିଭିନ୍ନ ଯୁବତୀଙ୍କୁ ସୁଧାଂଶୁଙ୍କ ପାଖକୁ ପଠାଉଥିବା ବେଳେ ବଡ଼ବଡ଼ ବ୍ୟକ୍ତିଙ୍କ ପାଖକୁ ଶୁଭଲକ୍ଷ୍ମୀ ନିଜେ ଯାଇ ନିର୍ୟାତନାର ମିଛ ଜାଲ ବିଛାନ୍ତି। ପରବର୍ତ୍ତୀ ସମୟରେ ସୁଧାଂଶୁ ସେହି ବ୍ୟକ୍ତିମାନଙ୍କୁ ବ୍ଲାକମେଲ କରି ମୋଟା ଅଙ୍କର ଅର୍ଥ ଦାବି କରନ୍ତି ବୋଲି ଅଭିଯୋଗ ରହିଛି । ତେବେ ଆଜି ସୁଧାଂଶୁ ଗିରଫ ହୋଇଥିବା ବେଳେ କେବେ ବବଲି ଓରଫ ଶୁଭଲକ୍ଷ୍ମୀଙ୍କ ପାଳି ପଡିବ ତାହାକୁ ଅପେକ୍ଷା ।