ଚା ପିଇ ସ୍କୁଟିରେ ଘରକୁ ଫେରିବା ବେଳେ ଚଢ଼ିଗଲା କାର୍ । ଚାଲିଗଲା ୩ ଜଣ ଶିକ୍ଷାର୍ଥୀଙ୍କ ଜୀବନ । କେରଳର କୋଚି ବିମାନ ବନ୍ଦର ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ଦୁଇ ଜଣ ଯୁବତୀ। ମୃତକମାନେ ହେଲେ- ୱ।ୟନାଡର ଦେବୀକା, ପାଲକ୍କଡର ଗୋପୀନାଥ ଓ କର୍ଣ୍ଣାଟକାର ଇଜାଜ। ସେମାନେ କୋଚି ନିକଟସ୍ଥ ତ୍ରିକ୍କାକାରାରେ ଏକ କମ୍ପାନୀରେ କାମ ମଧ୍ୟ କରୁଥିଲେ। ସେମାନେ ଏକ ଚା’ ଦୋକାନରେ ଚା ପିଇ ସ୍କୁଟିରେ ଘରକୁ ଫେରିବା ବେଳେ ଘଟିଥିଲା ଦୁର୍ଘଟଣା। ଦ୍ରୁତ ଗତିରେ ଆସୁଥିବା ଏକ କାର ସେମାନଙ୍କୁ ପିଟି ଦେଇଥିଲା। କାର ଡ୍ରାଇଭରଙ୍କ ନାଁ ସୁହୈଲ ସଜୀବ। ତାଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ସେ ନିଶାରେ ଥାଇ ଗାଡ଼ି ଚଲାଉଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଦୁର୍ଘଟଣା ସ୍ଥାନୀୟ ଲୋକେ ସୁହୈଲ କାବୁ କରିଥିଲେ । ଏହି ସମୟରେ ସେ ବାରମ୍ବାର କହୁଥିଲା ଯେ ତାଙ୍କ ବାପା ସବୁ ହ୍ୟାଣ୍ଡେଲ କରିଦେବେ। କାରଟିଏ ସୁହୈଲଙ୍କ ବାପାଙ୍କ ନାମରେ ରହିଛି। ତେବେ ତାଙ୍କ ନାଁରେ ବୈଧ ଡ୍ରାଇଭିଙ୍ଗ ଲାଇସେନ୍ସ ରହିଛି। ପୁଲିସ ସୁହୈଲଙ୍କୁ ଡାକ୍ତରଖାନା ନିଆଯାଇଥିବା ବେଳେ ମୃତକଙ୍କ ସାଙ୍ଗମାନେ ତାଙ୍କୁ ଆକ୍ରମଣ କରିଥିଲେ। ପୁଲିସ ହସ୍ତକ୍ଷେପ କରି ସୁହୈଲଙ୍କୁ ସୁରକ୍ଷିତ ଭାବେ ସେଠାରୁ ଥାନାକୁ ନେଇଥିଲା।