ଚତୁର୍ଥ ମା କନକ ଦୁର୍ଗା ମହୋତ୍ସବ ଉଦଯାପିତ ହୋଇଯାଇଛି। ତୁରିନ୍ତିରା ପଂଚାୟତ ଅନ୍ତର୍ଗତ ବାଗଲପୁର ଗ୍ରାମରେ ଆଜି ସନ୍ଧ୍ୟା ରେ ୪ର୍ଥ ମା କନକ ଦୁର୍ଗା ମହୋତ୍ସବ ଉଦଯାପିତ ହୋଇଛି। ଉଦଘାଟନ କାର୍ଯ୍ୟକ୍ରମ ରେ ଅତିଥିଭାବେ ଗତ ଲୋକସଭା ପ୍ରାର୍ଥୀ ଥିବା ଯୁବ ନେତା ମନ୍ମଥ ରାଉତରାୟ, ଚଳଚିତ୍ର ଅଭିନେତା ଇଂଜିନିୟର ଚନ୍ଦନ କର, ହାସ୍ୟ ଅଭିନେତା ଜ୍ଞାନ ବାରିକ, ସମାଜସେବୀ ମିର ଅହମଦ ଅଲି, ଶିକ୍ଷାବିତ ନାରାୟଣ ବେହେରା ଓ ପ୍ରେସ କ୍ଲବ ସଭାପତି ଦିଲ୍ଲୀପ କୁମାର ଓଝା ପ୍ରମୁଖ ଯୋଗଦେଇ ଉଦଘାଟନ କରିଥିଲେ ଓ ଉଦଯାପନୀ ଉତ୍ସବରେ ମୂଖ୍ୟ ଅତିଥି ଭାବେ ସୁରେଶ କୁମାର ପଣ୍ଡା,,ସମ୍ମାନିତ ଅତିଥି ଭାବେ ବିଦୁ ଭୁଷଣ ପଟ୍ଟନାୟକ,ରଞ୍ଜନ ମହାପାତ୍ର ,ଭଗବାନ ସାହୁ ଓ ଅନ୍ୟ ଅତିଥି ମାନେ ଯୋଗଦେଇ ମହୋତ୍ସବ କୁ ଉଦଯାପିତ କରିଥିଲେ। କାର୍ଯ୍ୟକ୍ରମ ଦ୍ୱାରା ସଂସ୍କୃତି ର ବିକାଶ ସହିତ ବ୍ୟସ୍ତ ବହୁଳ ଜୀବନକୁ ହାଲକା କରିବାକୁ ଖୋରାକ ମିଳିଥାଏ। ଏହା ସହିତ ମା ଙ୍କ ପାଇଁ ଗ୍ରାମର ବିକାଶ ସହିତ ଖ୍ୟାତି ବୃଦ୍ଧି ପାଇବ ବୋଲି କହିଥିଲେ। ପ୍ରାରମ୍ଭ ରେ ଆଦର୍ଶ ୟୁଥ ଫାଉଣ୍ଡେସନ ଟ୍ରଷ୍ଟ ର ଅଧକ୍ଷ ପ୍ରଳୟ ଦାସ ସ୍ୱାଗତ ଭାଷଣ ଓ ଆଶୁତୋଷ ଚୌଧୁରୀ କାର୍ଯ୍ୟକ୍ରମ କୁ ଉପସ୍ଥାପନା କରିଥିଲେ।କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ର ରେ ପ୍ରତିଷ୍ଠା ଲାଭ କରିଥିବା ବାସୁଦେବ ସ୍ୱାଇଁ, ଶୁଭ ଲକ୍ଷ୍ମୀ ମିଶ୍ର, ମିତାଲି ପ୍ରହରାଜ, ବୁଦ୍ଧନାଥ ସାହୁ, ଦୀପକ ଭୂୟାଁ, ସୁରେଶ ବେହେରା ,ଶିଶୁ ପ୍ରତିଭା ପ୍ରୀତି ପ୍ରଜ୍ଞା ଭୋଳ ଙ୍କ ସହିତ ବହୁ ସଂଗଠନ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରଞ୍ଜନ ମହାପାତ୍ର ଧନ୍ୟବାଦ ପ୍ରଦାନ କରିବା ପରେ ରଙ୍ଗାରଙ୍ଗ ନୃତ୍ୟ ଗୀତ ର ଆସର ଦର୍ଶକ ଙ୍କୁ ବିମୋହିତ କରିଥିଲା।