ଏବେବି ବଞ୍ଚି ରହିଛି ସଂସ୍କୃତି ଓ ପରମ୍ପରା, ପୁରପଲ୍ଲୀରେ ପାଳିତ ହେଉଛି ଜହ୍ନି ଓଷା

ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ଅନ୍ତର୍ଗତ କତଲ କଇଠା ପଞ୍ଚାୟତର ଯାଜପୁର ଗ୍ରାମରେ  ଜହ୍ନିଓଷା ପାଳନ କରାଯାଉଛି।କୁମାରୀ ମାନେ ଏହି ପୂଜା କରିଥାନ୍ତି। ଏହି ପୂଜା ଭାଦ୍ରବ ପୂର୍ଣ୍ଣିମା ଠାରୁ ଆରମ୍ଭ କରି କୁମାର ପୂର୍ଣ୍ଣିମାରେ ଶେଷ କରାଯାଏ। ଲୌକିକ କଥା ରହିଛି ଜହ୍ନି ଓଷା କଲେ ନିଜର ମନ କାମନା ପୂର୍ଣ୍ଣ ହେବା ସହ ଜର ରୋଗରୁ ମୁକ୍ତ ହୋଇଥାଏ।

ନିଜ ପରିବାରର ମଙ୍ଗଳ ହୋଇଥାଏ।କୁମାରି ମାନେ  ତୁଳସୀ ଗଛ ମୂଳରେ ଲିପା ପୋଛା କରି କୁମ୍ଭ ବସାଇ ଧୂପ ଦୀପ ନୈବେଦ୍ୟ ସହ ପୂଜାର୍ଚ୍ଚନା କରୁଛନ୍ତି।କୁମାର ପୂର୍ଣ୍ଣିମା ଦିନ  ଉପବାସ ରହି ଜହ୍ନି ଓଷା କୁ ଉଦଯାପନ କରାଯାଏ ଏହି ଦିନ ସାତ ପ୍ରକାର ପିଠା,ପଣା, ଫଳ,ପାଚିଲା ସହ ଉଖୁଡା ପ୍ରଭୃତି ଜିନିଷ ଭୋଗ ଲଗାଇ ଚନ୍ଦ୍ରକୁ ଅର୍ଘ୍ୟ ଦେଇ ତୁଳସୀ ଗଛ ନିକଟରେ ପୂଜା କରାଯାଇଥାଏ।ଯେଉଁମାନେ ଜହ୍ନି ଓଷା ପାଳନ କରନ୍ତି ସେମାନେ ମାସ ସାରା ଆମିଷ,ଜହ୍ନି, ପିଆଜ ରସୁଣ ପ୍ରଭୃତି ଜିନିଷ ନ ଖାଇ ।ଅତି ନିଷ୍ଠାର ସହ ଏହି ପୂଜାକୁ ବିଧିବିଧାନର ସହ  ପାଳନ କରିଥାନ୍ତି।