ଧାମରା ଟ୍ରକ ଟିପ୍ପର ମାଲିକ ସଂଘ ପକ୍ଷରୁ କଇଥଖୋଲା କାର୍ଯ୍ୟାଳୟ ଠାରେ ଏକ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରଟି ସଂଘର ସଭାପତି ଅଶୋକ କୁମାର ଜେନା ଓ ସମ୍ପାଦକ ଦିଗମ୍ବର ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା। ସ୍ବେଛାକୃତ ରକ୍ତଦାନ ଶିବିର ଟିକୁ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଯୋଗ ଦେଇ ଫିତା କାଟି ଉଦ୍ଘାଟନ କରିଥିଲେ। ଏଥିସହିତ ଧାମରା ଆଠ ପଞ୍ଚାୟତ ବାସିଙ୍କ ପାଇଁ ଏକ ନିଶୁଳ୍କ ଆମ୍ବୁଲାନ୍ସ ସେବା ଉପଜିଲ୍ଲାପାଳ ପତାକା ଦେଖାଇ ଉଦ୍ଘାଟନ କରିଥିଲେ।ଦିନ ବାର ଘଟିକା ସୁଦ୍ଧା ୧୦୦ ୟୁନିଟ୍ ରୁ ଉର୍ଦ୍ଧ ରକ୍ତ ସଂଗୃହୀତ ହୋଇଥିବା ବେଳେ ମୋଟ ୨୦୦ ୟୁନିଟ୍ ରୁ ଉର୍ଦ୍ଧ ରକ୍ତ ସଂଗୃହୀତ ହେବ ବୋଲି ଆଶା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉପଜିଲ୍ଲାପାଳ ଯୋଗଦେଇ ରକ୍ତଦାନ ଏକ ମହତ କାର୍ଯ୍ୟ ବୋଲି ମତପ୍ରକାଶ କରିଛନ୍ତି।