ଶୀତରେ ତାଣ୍ଡବ ରଚିବ ‘ସୁପର ଏଲନିନୋ’
ସାରା ବିଶ୍ୱରେ ରଚିବ ମହାପ୍ରଳୟ
ପ୍ରାଣ ହରାଇବେ ହଜାର ହଜାର ଭାରତୀୟ
ଭୟଙ୍କର ପୂର୍ବାନୁମାନ ବଢାଇଲା ଟେନସନ୍
ଋତୁ ପରିବର୍ତ୍ତନ ପ୍ରକୃତିର ଏକ ନିୟମିତ ଓ ସ୍ୱାଭାବିକ ପ୍ରକ୍ରିୟା । ଋତୁ ବଦଳିବା ସହ ଗଛଲତା,ପଶୁପକ୍ଷୀ ଓ ମନୁଷ୍ୟ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଯାଏ ।ତେବେ ଦେଖିବାକୁ ଗଲେ ଆଉ ଦିନ କେଇଟା ପରେ ଶୀତ ଋତୁ ଆସିବାକୁ ଯାଉଛି । ସାଧାରଣତଃ ଶୀତ ଋତୁ ଲୋକଙ୍କୁ ପସନ୍ଦ ଆସିଥାଏ, ଗରମ ଗୁଳୁଗୁଳିର ଟେନସନ ନଥାଏ । କିନ୍ତୁ ଥରେ ଭାବନ୍ତୁ ତ ଶୀତ ଋତୁରେ ଯଦି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହୁଏ ତେବେ ପରିସ୍ଥିତି କ’ଣ ହେବ ? ଶୀତ ଋତୁର ଆଗମନ ପୂର୍ବରୁ ଭୟଙ୍କର ବିପଦ ନେଇ ଆକଳନ ପରେ ଭାରତବାସୀଙ୍କ ଚିନ୍ତା ବଢିଛି । ଏଥର ଶୀତରେ ତାଣ୍ଡବ ରଚିପାରେ ସୁପର ଏଲନିନୋ । କେବଳ ଭାରତ ନୁହେଁ ବରଂ ସାରା ବିଶ୍ୱ ପ୍ରତି ଭୟଙ୍କର ବିପଦ ମାଡି ଆସୁଛି । ପ୍ରାଣ ହରାଇବେ ଭାରତର ହଜାର ହଜାର ଲୋକ । ସମଗ୍ର ବିଶ୍ୱରେ 2 ଲକ୍ଷ ଲୋକଙ୍କ ଜୀବନ ଯିବାର ସମ୍ଭାବନା ରହିଛି । ଏହି ଭୟଙ୍କର ପୂର୍ବାନୁମାନ ବିଶ୍ୱରେ ରଚିପାରେ ମହାପ୍ରଳୟ । ସୁପର ଏଲନିନୋ ପ୍ରଭାବରେ ଏଥର ଶୀତ ଋତୁରେ ଶୀତ ନୁହେଁ ବରଂ ଗରମ ଗୁଳୁଗୁଳିରେ ଘାଣ୍ଟି ହେବ ବିଶ୍ୱ । ଅସ୍ୱାଭାବିକ ଗରମ ଯୋଗୁଁ ବିଶ୍ୱରେ ପ୍ରାୟ 2 ଲକ୍ଷ 39 ହଜାର ମୃତ୍ୟୁ ହୋଇପାରେ ବୋଲି ଏକ ରିପୋର୍ଟ ସାମ୍ନାକୁ ଆସିଛି । ସେପ୍ଟେମ୍ୱର 2026ରୁ ଆରମ୍ଭ କରି ଫେବୃୟାରୀ 2027 ପର୍ଯ୍ୟନ୍ତ ଦୀର୍ଘ ଛଅମାସ ପର୍ଯ୍ୟନ୍ତ ହନ୍ତସନ୍ତ କରିବ ବିଶ୍ୱର ପାଣିପାଗ ।
ତେବେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ସୁପର ଏଲନିନୋ ସମୟରେ ଭାରତରେ ପ୍ରାୟ 15 ହଜାର 800ରୁ ଅଧିକ ମୃତ୍ୟୁର ଆକଳନ କରାଯାଇଛି ଏବଂ ଏଥିରୁ ପ୍ରାୟ 7 ହଜାର 400 ମୃତ୍ୟୁ ଡିସେମ୍ୱରରୁ ଫେବୃୟାରୀ ମଧ୍ୟରେ ହୋଇପାରେ । କ୍ଲାଇମେଟ୍ ଇମ୍ପାକ୍ଟ ଲ୍ୟାବ୍ ଅନୁସାରେ, ଏହି ପାଣିପାଗ ପ୍ରଭାବରେ ବିଶ୍ୱର ଭୂଭାଗର ତାପମାତ୍ରା ସାଧାରଣଠାରୁ ପ୍ରାୟ ୧.୨ ଡିଗ୍ରୀ ସେଲସିୟସ୍ ଅଧିକ ରହିପାରେ । ଏହା ସହ ଅତ୍ୟଧିକ ଗରମ ଦିନ ସଂଖ୍ୟା ପ୍ରାୟ ୪୪ ପ୍ରତିଶତ ବଢିପାରେ । ତେବେ ଭାରତର ସବୁ ଅଞ୍ଚଳରେ ସୁପର ଏଲନିନୋର ପ୍ରଭାବ ସମାନ ରହି ନାହିଁ । ବିଶେଷକରି ଦକ୍ଷିଣ ଭାରତ ଅଞ୍ଚଳରେ ଶୀତଦିନରେ ତାପମାତ୍ରା ଅଧିକ ରହୁଥିବାରୁ ଅତିରିକ୍ତ ଗରମର ପ୍ରଭାବ ବଢିପାରେ । ଏପରିକି ଫେବୃୟାରୀରେ ମଧ୍ୟ ଗରମଜନିତ ମୃତ୍ୟୁ ବଢିବାର ଆଶଙ୍କା କରାଯାଇଛି । ତେବେ ସୁପର ଏଲିନନୋକୁ ନେଇ ଧୀରେ ଧୀରେ ବିଶ୍ୱବାସୀଙ୍କ ମଧ୍ୟରେ ଭୟ ବଢୁଥିବାବେଳେ ଏପରି ଆକଳନ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।