କୋଠା ଭୁଶୁଡ଼ିବା ଘଟଣାରେ ୭କୁ ବଢିଛି ମୃତ୍ୟୁ ସଂଖ୍ୟା…

ଦିଲ୍ଲୀର ସତ୍ୟ ନିକେତନରେ ୬ ମହଲା କୋଠା ଭୁଶୁଡ଼ିବା ଘଟଣାରେ ୭କୁ ବଢିଛି ମୃତ୍ୟୁ ସଂଖ୍ୟା । ମୃତକଙ୍କ ମଧ୍ୟ ଛାତ୍ର ଓ ଶ୍ରମିକ ରହିଥିବା ସୂଚନା ମିଳିଛି। ଧ୍ବଂସସ୍ତୂପ ତଳେ ଏକାଧିକ ଲୋକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି । ସଂକଟାପନ୍ନଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି । DDMA, NDRF, ଦିଲ୍ଲୀ ଫାୟାର ସର୍ଭିସେସ୍, ଦିଲ୍ଲୀ ପୋଲିସ, MCD, CTS ଏବଂ ସିଭିଲ୍ ଡିଫେନ୍ସର ଟିମ୍ ମିଳିତ ଭାବେ ଭଙ୍ଗା କୋଠା ତଳେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଛନ୍ତି।

କୋଠା ଭୁଶୁଡ଼ି ପରେ  ସାମ୍ନାକୁ ଆସିଛି  ଚାଞ୍ଚଲ୍ୟକର ତଥ୍ୟ । ବିଲଡିଂଟି ୫୦ ବର୍ଷ ପୁରୁଣା ଥିଲା। ଦୁର୍ଘଟଣା ସମୟରେ ବେସମେଣ୍ଟରେ ମରାମତି କାମ ଚାଲିଥିଲା। କୋଠାଟିକୁ ପିଜି ହଷ୍ଟେଲ୍ ଭାବେ ବ୍ୟବହୃତ କରାଯାଉଥିଲା। ଯେଉଁଠି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଛାତ୍ରମାନେ ରହୁଥିଲେ। ଏଥିରେ ପ୍ରାୟ ୩୦ଟି ରୁମ୍ ରହିଥିଲା। ଏହା ଏକ ଆବାସିକ କୋଠା ଥିଲା.. କିନ୍ତୁ ବାଣିଜ୍ୟିକ ଭାବେ ବ୍ୟବହାର କରାଯାଉଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ଭୁଶୁଡ଼ି ପଡ଼ିଥିବା କୋଠାର ବେସମେଣ୍ଟରେ ପାଣି ଜମିଥିଲା। ତଥାପି ଶ୍ରମିକମାନେ ସେଠାରେ କାମ କରୁଥିଲେ । ପୋଲିସ ଘଟଣାର ଛାନଭିନ ଜାରି ରଖିଛି । ବିଲଡିଂ ମାଲିକ ହରିରାମ ବଂସଲଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ FIR ହୋଇଥିବା ଜଣାପଡ଼ିଛି ।