ଆଜି ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଥାଇଲ୍ୟାଣ୍ଡ ବିପକ୍ଷରେ ମହିଳା ଟି-୨୦ ଏସିଆ କପ୍ ଅଭିଯାନ ଆରମ୍ଭ କରିବ। ମ୍ୟାଚ୍ ରାତି ୮:୩୦ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚରେ ହରମନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେବେ। ସେହିଭଳି ସ୍ମୃତି ମନ୍ଧାନାଙ୍କୁ ଉପ-ଅଧିନାୟିକା ନିଯୁକ୍ତ କରାଯାଇଛି। ଟି-୨୦ ବିଶ୍ୱକପ୍ ରୁ ଗ୍ରୁପ୍-ଷ୍ଟେଜ୍ ବିଦାୟ ପରେ ଭାରତ ଏକ ଦୃଢ଼ ଆରମ୍ଭର ଲକ୍ଷ୍ୟ ରଖିବ।
ଭାରତ ପ୍ରତିଯୋଗିତାର ଇତିହାସରେ ସବୁଠାରୁ ସଫଳ ଦଳ। ଏପର୍ଯ୍ୟନ୍ତ ଅନୁଷ୍ଠିତ ପାଞ୍ଚଟି ସଂସ୍କରଣ ମଧ୍ୟରୁ ତିନୋଟିରେ ବିଜୟୀ ହୋଇଛି। ସେହିପରି ଥାଇଲ୍ୟାଣ୍ଡ ଶୁକ୍ରବାର ଏହାର ଉଦଘାଟନୀ ମ୍ୟାଚ୍ ରେ ହଙ୍ଗକଙ୍ଗ ଚୀନ୍ କୁ ପରାସ୍ତ କରିବା ପରେ ଆତ୍ମବିଶ୍ୱାସର ସହିତ ପ୍ରତିଯୋଗିତାରେ ପ୍ରବେଶ କରିଛି। ଆଠ ଦଳ ବିଶିଷ୍ଟ ମହିଳା ଟି-୨୦ ଏସିଆ କପ୍ ରେ ଥାଇଲ୍ୟାଣ୍ଡ, ହଙ୍ଗକଙ୍ଗ ଏବଂ ପାକିସ୍ତାନ ସହିତ ଭାରତ ଗ୍ରୁପ୍ ଏ ରେ ସ୍ଥାନିତ ହୋଇଛି।
ଅନ୍ୟପକ୍ଷେ, ହରମନପ୍ରୀତ ଏବଂ ଭାରତୀୟ ଦଳ ପାଇଁ ଏସିଆ କପ୍ ଏକ ଗୁରୁତ୍ୱପୂର୍ଣ୍ଣ ସମୟରେ ଆସୁଛି। ଆସନ୍ତା ମାସରେ ଏସୀୟ କ୍ରୀଡ଼ା ଆସିବା ସହିତ ଭାରତ ଆଗରେ ଦୁଇଟି ପ୍ରମୁଖ ଏସୀୟ ପ୍ରତିଯୋଗିତା ଅଛି । ଏବଂ ଭାରତୀୟ ଦଳ ଉଭୟ ଟାଇଟଲ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ଆଶା କରାଯାଉଛି।