ବନ୍ୟା ମୁକାବିଲା ପାଇଁ 1000 କୋଟିର ସହାୟତା ଘୋଷଣା| ବନ୍ୟା ପାଇଁ 10 ସୂତ୍ରୀ ଫର୍ମୁଲା| ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ | ବନ୍ୟା ପ୍ରଭାବିତ ଙ୍କୁ ମିଳିବ ମାଗଣା ରିଲିଫ ଚାଉଳ| ଚାଷୀ ଙ୍କୁ ଇନପୁଟ ସବସିଡି ପାଇଁ 33 ପ୍ରତିଶତ ରୁ ଅଧିକ କ୍ଷତି ହୋଇଥିଲେ ଅଣ ଜଳସେଚିତ ଜମି ପାଇଁ ହେକ୍ଟର ପିଛା 8 ହଜାର 509,ଜଳ ସେଚିତ ଜମି ପାଇଁ ହେକ୍ଟର ପିଛା 17 ହଜାର, ବାର ମାସି ଫସଲ ପାଇଁ ହେକ୍ଟର ପିଛା 22 ହଜାର 500 ଟଙ୍କାର କୃଷି ଇନପୁଟ ସବସିଡି ପ୍ରଦାନ କରାଯିବ| ଧାନ ଓ ଅଣ ଧାନ ପାଇଁ ଆର୍ଥିକ ସହାୟତା ଡିବିଟି ମାଧ୍ୟମ ରେ ଦିଆଯିବ | ବିହନ ପାଇଁ ଆର୍ଥିକ ସହାୟତା ସହ ସରକାର ଙ୍କ ପାଖରେ ଥିବା ବିହନ ନେଇପାରିବେ ଚାଷୀ| କ୍ଷତି ଗ୍ରସ୍ତ ଚାଷୀ ଙ୍କୁ ମାଗଣା ପନି ପରିବା କୀଟ ପ୍ରଦାନ କରାଯିବ| ଡ଼ଙ୍ଗା, ଜାଲ, ଗାଈ ଗୋରୁ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯିବ| ହସ୍ତତନ୍ତ୍ର ଯନ୍ତ୍ରପାତି କିଣିବା ପାଇଁ 5 ହଜାର ସହାୟତା | ସ୍ଥିତି ସ୍ୱାଭାବିକ ହେବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ଜାରିରହିବ| ବନ୍ୟାରେ କ୍ଷତି ହୋଇଥିବା ବାସନ କୁଶନ, ଵସ୍ତ୍ର, ଚାଉଳ ପାଇଁ ଅର୍ଥ ପ୍ରଦାନ କରାଯିବ| ଯାଜପୁର ଜିଲ୍ଲା ର 10 ବ୍ଲକ 270 ଗାଁ ଗୋଟିଏ ପୌର ପରିଷଦ ପ୍ରଭାବିତ | 2 ଲକ୍ଷ 80 ହଜାର ଲୋକ ପ୍ରଭାବିତ | ଯାଜପୁର ଜିଲ୍ଲ ରେ 77 ହଜାର 680 ଜଣଙ୍କୁ ସ୍ଥାନାନ୍ତର |

ରିଲିଫ ସେଣ୍ଟର ଖୋଲାଯାଇଛି,9 ଓଡ୍ରାଫ, 2NDRF, 12 ଅଗ୍ନିଶମ ମୃତୟନ| ଭଦ୍ରକ ଜିଲ୍ଲାର 4 ବ୍ଲକ 149 ଗ୍ରାମ 2ଲକ୍ଷ 59 ହଜାର ଲୋକ ପ୍ରଭାବିତ | 1ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର | 90 ଟି ରିଲିଫ ସେଣ୍ଟର ଖୋଲାଯାଇଛି, 15 ଓଡ୍ରାଫ, 1NDRF, 20 ଅଗ୍ନିଶମ ମୃତୟନ| 6 ଜିଲ୍ଲା ର 74 ଟି ବ୍ଲକ ରେ 9 ଲକ୍ଷ ଲୋକେ ପ୍ରଭାବିତ| ବନ୍ୟାରେ 100 ରୁ ଅଧିକ ଲୋକଙ୍କୁ ବିଷଧର ସାପ କାମୁଡିଛି ଜଣେ ବି କେହି ମୃତ ହୋଇନାହାନ୍ତି| ଜୁନ, ଜୁଲାଇ, ଅଗଷ୍ଟ ରେ 11 ସହ ମିଲିମିଟର ବର୍ଷା 34 ପ୍ରତିଶତ ଅଧିକ ବର୍ଷା ହୋଇଛି | ଭାରତ ବର୍ଷ ରେ ସବୁଠାରୁ ଅଧିକ ବର୍ଷା ଓଡ଼ିଶାରେ ହୋଇଛି| କ୍ଷୟ କ୍ଷତି ରିପୋର୍ଟ ଆସିଲା ପରେ କ୍ଷତି ପୂରଣ ଦିଆଯିବ | ଜଳ ବାହିତ ରୋଗ ନ ବ୍ୟାପିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପ୍ରସ୍ତୁତ ଅଛି | ସମସ୍ତ ପରିସ୍ଥିତି ମୁକାବିଲା ପାଇଁ ସରକାର ପ୍ରସ୍ତୁତ| କ୍ଷୟ କ୍ଷତି ଆକଳନ ପାଇଁ ଆସିପାରନ୍ତି କେନ୍ଦ୍ରୀୟ ଟିମ|